ଗୌହାଟୀ: ଆସାମ ବିଧାନସଭା ନିର୍ବାଚନରେ କେଉଁ ଦଳ ଜିତିବ? ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ, ନା କ୍ଷମତା ପରିବର୍ତ୍ତନ ହେବ? ଏକଜିଟ୍ ପୋଲ ଫଳାଫଳ ରାଜ୍ୟରେ ରାଜନୈତିକ ପାଣିପାଗକୁ ସରଗରମ କରିଛି। ମାଟ୍ରିଜ୍ ଏକଜିଟ୍ ପୋଲ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ନେତୃତ୍ଵରେ ବିଜେପି ମେଣ୍ଟ ଆସାମରେ କ୍ଷମତା ବଜାୟ ରଖିଥିବା ପରି ଏକଜିଟ୍ ପୋଲ୍ ଗୁଡ଼ିକରେ ପୂର୍ବାନୁମାନ କରାଯାଇଛି। ଏକଜିଟ୍ ପୋଲ ପୂର୍ବାନୁମାନ ଦର୍ଶାଉଛି ଯେ NDA ମେଣ୍ଟ ଆରାମରେ ବହୁମତ ପାଇଁ ମ୍ୟାଜିକ୍ ସଂଖ୍ୟା ଅତିକ୍ରମ କରିବ।
ମାଟ୍ରିଜ୍ ଅନୁଯାୟୀ, ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହୋଇପାରେ। କିନ୍ତୁ ବିଜେପି ନେତୃତ୍ଵାଧୀନ ଏନଡିଏ କ୍ଷମତା ବଜାୟ ରଖିବାରେ ସଫଳ ହେଉଥିବା ପରି ମନେ ହେଉଛି। କଂଗ୍ରେସ ମେଣ୍ଟର ଆସନ ସଂଖ୍ୟା ଏଥର ଆହୁରି ହ୍ରାସ ପାଇପାରେ।
ମାଟ୍ରିଜ୍ ଏକଜିଟ୍ ପୋଲ
ବିଜେପି ମେଣ୍ଟ- ୮୫ରୁ ୯୫
କଂଗ୍ରେସ ମେଣ୍ଟ – ୨୫ ରୁ ୩୨
ଅନ୍ୟ- ୬ ରୁ ୧୨
ଏକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ୍ ଅନୁଯାୟୀ, ଆସାମର ୧୨୬ ସିଟରୁ ବିଜେପି ୮୮ରୁ ୧୦୦ ସିଟ୍ ଜିତୁଥିବା ଆକଳନ କରାଯାଇଛି। କଂଗ୍ରେସ ମାତ୍ର ୨୪ରୁ ୩୬ ସିଟ୍ ଜିତିବା ନେଇ ପୂର୍ବାନୁମାନ କରାଯାଇଛି। ପିପୁଲ୍ସ ପଲ୍ସ ଅନୁସାରେ ବିଜେପି ୬୮ରୁ ୭୨ ଆସନ ଜିତି ପୁଣି ଥରେ ସରକାର ଗଢିବାକୁ ଯାଉଛି। କଂଗ୍ରେସ ୨୨ରୁ ୨୬ ସିଟ୍ ଏବଂ ଏଆଇୟୁଡିଏଫ ଖାତାକୁ ୩ରୁ ୫ ସିଟ୍ ଆସିପାରେ।
ରାଜ୍ୟରେ ବହୁମତ ପାଇଁ ମ୍ୟାଜିକ୍ ସଂଖ୍ୟା ୬୪ ଆସନ
ଭୋଟ ସେୟାର ଆକଳନ:
ବିଜେପି ମେଣ୍ଟ - ୪୫.୫ ପ୍ରତିଶତ
କଂଗ୍ରେସ ମେଣ୍ଟ - ୩୯.୮ ପ୍ରତିଶତ
ଅନ୍ୟାନ୍ୟ - ୧୪.୭ ପ୍ରତିଶତ
ବିଜେପି ମେଣ୍ଟ କେବଳ ଆସନ ବଜାୟ ରଖିବାରେ ସଫଳ ହେବନି ବରଂ କ୍ଷମତା ଦୌଡ଼ରେ ଆଗରେ ରଖିବ। ପୂର୍ବ ୨୦୨୧ ବିଧାନସଭା ନିର୍ବାଚନରେ ଏନଡିଏ (ବିଜେପି+) ୭୫ ଆସନ ଜିତିଥିବା ବେଳେ (ବିଜେପି-୬୦, ଏଜିପି-୯, ୟୁପିପିଏଲ-୬) ଇଣ୍ଡିଆ ମେଣ୍ଟ (କଂଗ୍ରେସ+) ୫୦ ଆସନ ଜିତିଥିଲା ଅନ୍ୟାନ୍ୟ ଦଳଗୁଡ଼ିକ ୧ ଆସନ ଜିତିଥିଲା।