ଭୁବନେଶ୍ୱର: ମେ ମାସ ଆରମ୍ଭ ହେବାକୁ ମାତ୍ର ଗୋଟେ ଦିନ ବାକି ରହିଛି। ଯଦି ଆପଣଙ୍କର କୌଣସି ଜରୁରୀ ବ୍ୟାଙ୍କ କାମ ଅଛି, ତେବେ ଏବେଠାରୁ ସତର୍କ ହେବା ସମୟ।କାରଣ Reserve Bank of India (ଆରବିଆଇ) ପ୍ରକାଶ କରିଥିବା ଛୁଟିଦିନ କ୍ୟାଲେଣ୍ଡର ଅନୁସାରେ, ମେ ୨୦୨୬ ମାସରେ ପ୍ରାୟ ୧୨ ଦିନ ବ୍ୟାଙ୍କ ସେବା ବନ୍ଦ ରହିବ। ଯେଉଁଥିରେ ରହିଛି ସମସ୍ତ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର, ସହିତ କିଛି ଗୁରୁତ୍ୱପୂର୍ଣ୍ଣ ପର୍ବପର୍ବାଣୀ।
ନଜର ପକାନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ
ମେ ୧ରେ ଶ୍ରମିକ ଦିବସ ସହ ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ତାପରେ ମେ ୭ରେ ବୁଦ୍ଧ ପୁର୍ଣିମା ଅବସରରେ ବ୍ୟାଙ୍କ ସେବା ପ୍ରଭାବିତ ହେବ। ମେ ୯ ଓ ୨୩ରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ, ଯେଉଁଥିରେ ରବିବାର ଛୁଟି ମିଶି ଲମ୍ବା ବ୍ରେକ୍ ସୃଷ୍ଟି କରିପାରେ। ମେ ୨୫ରେ ମହାରଣା ପ୍ରତାପ ଜୟନ୍ତୀ ଯୋଗୁଁ କିଛି ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିବ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମସ୍ତ ଛୁଟି ଦେଶବ୍ୟାପୀ ନୁହେଁ। ରାଜ୍ୟ ଅନୁସାରେ ଛୁଟି ଭିନ୍ନ ହୋଇପାରେ। ସେହିପରି ଆପଣଙ୍କ ସ୍ଥାନୀୟ ବ୍ୟାଙ୍କ ସୂଚନା ଯାଞ୍ଚ କରିବା ଅତ୍ୟାବଶ୍ୟକ।
ବ୍ୟାଙ୍କ ବନ୍ଦ ହେଲେ ମଧ୍ୟ ଚିନ୍ତା କରିବାର ନାହିଁ, କାରଣ ଡିଜିଟାଲ ସେବା ଚାଲୁ ରହିବ। ନେଟବ୍ୟାଙ୍କିଂ, ମୋବାଇଲ ଆପ୍ ଓ ଏଟିଏମ୍ ସେବା ସାଧାରଣ ଭାବେ ଉପଲବ୍ଧ ରହିବ। ସେହିପରି, ଟଙ୍କା ଉଠାଣ, ଚେକ୍ କ୍ଲିୟାରେନ୍ସ କିମ୍ବା ଅନ୍ୟ କାଗଜପତ୍ର କାମ ଥିଲେ, ପୂର୍ବରୁ ଯୋଜନା କରନ୍ତୁ।