ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବ ଯନ୍ତ୍ରୀଙ୍କ ଭଡ଼ା ଘର ଭିତରେ ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି।
ସୂଚନା ମୁତାବିକ ଏକ ଘରୋଇ କମ୍ପାନିର ଯନ୍ତ୍ରୀ ପ୍ରବୀର ବେହେରାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଭଡ଼ାଘରୁ ଉଦ୍ଧାର କରିଛି ପୁଲିସ। ମୃତକ ଯାଜପୁର ଜିଲ୍ଲାର ବାସିନ୍ଦା ଓ ତୁଷୁରାରେ ଚାଲିଥିବା ମେଘା ପାନୀୟ ଜଳ ପ୍ରକଳ୍ପରେ ସେ କାମ କରୁଥିଲେ। ସେ ଜଗନ୍ନାଥ ପଡ଼ାରେ ଭଡ଼ା ଘରେ ରହୁଥିଲେ।
କିନ୍ତୁ ଘଟଣା ପଛରେ ରହସ୍ୟ ଲୁଚି ରହିଥିବା ମାନେ ହେଉଛି, କାରଣ ତାଙ୍କ ସହ ରହୁଥିବା ଦୁଇଜଣ ସହକର୍ମୀ ଘଟଣା ପରେ ଫେରାର ହୋଇଯାଇଛନ୍ତି। ମୃତଦେହରେ କ୍ଷତ ଚିହ୍ନ ମିଳିଥିବାରୁ ଏହା ସାଧାରଣ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ ବଢ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତକଙ୍କ ପରିବାରକୁ ଏନେଇ ସୂଚନା ଦେଇଛି।
ଅଧିକ ପଢନ୍ତୁ:ସୁଧୀର ହତ୍ୟାକାଣ୍ଡରେ ସାଂଘାତିକ ଖୁଲାସା; ପୋଷ୍ଟମର୍ଟମ ରିପୋର୍ଟରୁ ସାମ୍ନାକୁ ଆସିଲା ଭୟଙ୍କର ସତ୍ୟ