ମୁମ୍ବାଇ: ମହାରାଷ୍ଟ୍ରର ଦେବେନ୍ଦ୍ର ଫଡ଼ଣଭିସ ସରକାର ଏକ ନୂଆ ସରକାରୀ ପ୍ରସ୍ତାବ ଜାରି କରି ପ୍ରୋଟୋକଲ ନିୟମରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ରାଜ୍ୟର ଅଧିକାରୀଙ୍କୁ ଏବେଠୁ ମାନନୀୟ ବିଧାୟକ ଓ ସାଂସଦଙ୍କ ପାଇଁ ଛିଡ଼ା ହୋଇ ଅଭିବାଦନ କରିବା ଆବଶ୍ୟକ ନାହିଁ।
ରାଜ୍ୟ ସରକାର ଏହି ସମ୍ବନ୍ଧରେ ମଙ୍ଗଳବାର ଏକ ସରକାରୀ ପସ୍ତାବ ଜାରି କରିଛି। ଏତିରେ ୨୦୨୫ ନଭେମ୍ବର ୨୦ ପୂର୍ବରୁ ଗତ ନିର୍ଦ୍ଦେଶକୁ ସଂଶୋଧନ କରାଯାଇଛି। ପୂର୍ବେ ଅଧିକାରୀଙ୍କ ପାଇଁ ଜରୁରୀ ଥିଲା ଯେ, ଯେବେ ନିର୍ବାଚିତ ପ୍ରତିନିଧି କୌଣସି ବୈଠକ ପାଇଁ ଆସିବା ଏବଂ ଯିବା ସମୟରେ ଅଧିକାରୀ ଛିଡ଼ା ହୋଇ ସେମାନଙ୍କର ଅଭିବାଦନ ଗ୍ରହଣ କରିବେ।
ନୂଆ ନିୟମର ପଏଣ୍ଟ
ମୁଖ୍ୟ ସଚିବ ରାଜେଶ ଅଗ୍ରଓ୍ଵାଲଙ୍କ ଏହି ଆଦେଶ ଅନୁସାରେ, ଅଧିକାରୀଙ୍କୁ ଏବେ ମାନନୀୟ ବିଧାୟକ ଓ ସାଂସଦଙ୍କୁ ଛିଡ଼ା ହୋଇ ପ୍ରୋଟୋକଲ୍ ଦେବାର ଆବଶ୍ୟକତା ନାହିଁ। ବିଶେଷ କରି ଦାଗୀ ନିର୍ବାଚିତ ପ୍ରତିନିଧିଙ୍କୁ କଦାପି ପ୍ରୋଟୋକଲ ଦେବେନି ଅଧିକାରୀ। ଏହା ପୂର୍ବରୁ ୨୦୨୫ ନଭେମ୍ବରରେ ତତ୍କାଳୀନ ମୁଖ୍ୟ ସଚିବ ରାଜେଶ କୁମାର ସରକାରୀ ଅଧିକାରୀଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଅଧିକାରୀମାନେ ବିଧାୟକ କିମ୍ବା ସାଂସଦଙ୍କ ସହିତ ସମ୍ମାନପୂର୍ବକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରନ୍ତୁ।
ହେଲେ ଫଡଣଭିସ ସରକାର ଏହି ପ୍ରୋଟୋକଲରେ ଉପରୋକ୍ତ ସଂଶୋଧନ କରିଛନ୍ତି। ଏବେ କୌଣସି ଅଧିକାରୀଙ୍କୁ ନିର୍ବାଚିତ ପ୍ରତିନିଧିଙ୍କୁ ବୈଠକ ଆରମ୍ଭରେ ଏବଂ ସରିବା ପରେ ଛିଡ଼ା ହୋଇ ଅଭିବାଦନ ଗ୍ରହନ କରିବାର ଆବଶ୍ୟକତା ନାହିଁ।