ଭୁବନେଶ୍ୱର: ଦୀର୍ଘ ତିନି ବର୍ଷ ପରେ ଜଣେ ଦୁଷ୍କର୍ମକାରୀକୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ୍ ପୋଲିସ । ଜନ୍ମଦିନ ପାର୍ଟିକୁ ଡାକି ଯୁବତୀଙ୍କୁ ହୋଟେଲରେ ନେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଇନଫୋସିଟି ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ଶୁଭଜିତ ପ୍ରଧାନ (୨୬) ।
ସୂଚନା ମୁତାବକ, ଶୁଭଜିତଙ୍କର ଯୁବତୀଙ୍କ ସହିତ ସମ୍ପର୍କ ଗଢ଼ି ଉଠିଥିଲା । ଗତ ୧୯ ମେ ୨୦୨୩ରେ ଯୁବତୀଙ୍କର ଜନ୍ମ ଦିନ ଥିବାରୁ ଉଭୟ ଜନ୍ମ ଦିନ ପାଳନ କରିଥିଲେ । ତାଙ୍କୁ ଏକ ଉପହାର ଦେବେ ବୋଲି କହି ହୋଟେଲକୁ ନେଇଯାଇଥିଲା । କିନ୍ତୁ ସେଠାରେ ଯୁବକ ଜଣକ ଯୁବତୀଙ୍କୁ ହୋଟେଲକୁ ନେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରେ ବିବାହ କରିବାକୁ ମନା କରିଦେଇଥିଲେ । ଏ ନେଇ ଯୁବତୀ ଜଣକ ଇନଫୋସିଟି ଥାନାରେ ଏତଲା ଦେଇଥିଲେ ।
ଏହା ପରଠାରୁ ଶୁଭଜିତ ଫେରାର ରହିଥିଲା । ଶେଷରେ ତିନି ବର୍ଷ ପରେ ଇନଫୋସିଟି ଥାନା ପୋଲିସ ଶୁଭଜିତଙ୍କୁ ଭୁବନେଶ୍ୱରରେ ଠାବ କରି ଗିରଫ କରିଛି । ଏହା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି ।