ସୁନ୍ଦରଗଡ଼: ସମ୍ପର୍କର ପବିତ୍ରତାରେ ଲାଗିଲା କଳଙ୍କ। ପୁଅର ନୃଶଂସତା ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ। ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ କଦମଡିହି ଗାଁରେ ଘଟିଛି ଏମିତି ଏକ ହୃଦୟବିଦାରକ କାଣ୍ଡ, ଯାହା ସମସ୍ତଙ୍କୁ ଅବାକ୍ କରିଦେଇଛି।
ଗତ ରାତିରେ (ସୋମବାର) ଘଟିଛି ଏହି ଘଟଣା। ପୁଅ ନିଜ ମାଆଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବାବେଳେ, ସେଥିରେ ବାପା ପାଣ୍ଡୁ ମୁଣ୍ଡା ବାଧା ଦେଇଥିଲେ। କିନ୍ତୁ ସେହି ମୁହୂର୍ତ୍ତରେ ପୁଅ ହୋଇଯାଇଥିଲା ନିର୍ମମ। ଉତ୍ତେଜିତ ହୋଇ ସେ ଠେଙ୍ଗା ଧରି ବାପାଙ୍କୁ ପିଟି ପିଟି ହତ୍ୟା କରିଦେଲା। ମାତ୍ର ସେଥିରେ ଥମି ନଥିଲା। ମାଆଙ୍କୁ ମଧ୍ୟ ଗୁରୁତର ଭାବେ ଆହତ କରି, ତାଙ୍କ ହାତ ଭାଙ୍ଗିଦେଇଛି।
ଗତକାଲି ରାତିରେ ଘରୋଇ କଳିକୁ କେନ୍ଦ୍ର କରି ସୋନା ମୁଣ୍ଡା ନିଜ ମାଆଜୁ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲା। ସ୍ତ୍ରୀକୁ ବଂଚାଇାବକୁ ଯାଇଥିବାବେଳେ ପାଣ୍ଡୁଙ୍କୁ ଆକ୍ରମଣ କରିଥିଲା ପୁଅ। ଉତ୍ତକ୍ଷିପ୍ତ ହୋଇ ବାପା ପାଇଣ୍ଡା ମୁଣ୍ଡାଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେହିପରି ଗତ କିଛି ଦିନ ତଳେ ଟଙ୍କା କେଇଟା ପାଇଁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା ସ୍ୱାମୀ। କେନ୍ଦୁଝର ବାଂଶପାଳ ବ୍ଲକ ରୁଗୁଡ଼ି ସାହିର ଶ୍ରୀକାନ୍ତ ମହାକୁଡ଼, ୧୨ହଜାର ଟଙ୍କା ପାଇଁ ହତ୍ୟା କରିଥିଲା। ଶ୍ରୀକାନ୍ତ ବାହାରେ କାମ କରୁଥିଲେ, ସ୍ତ୍ରୀଙ୍କ ନିକଟକୁ ୧୨ହଜାର ଟଙ୍କା ପଠାଇଥିଲେ। ସ୍ତ୍ରୀ ଏଥିରୁ ୪ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିଲେ। ଏହାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା କରିଥିଲା ସ୍ୱାମୀ।