ଭୁବନେଶ୍ୱର: ଚଳିତ ମାସ ସୁଦ୍ଧା ରାଜ୍ୟରେ ନୂତନ ଅବକାରୀ ନୀତି ଲାଗୁ କରାଯିବ । ନୂତନ ନିୟମ ଅନୁସାରେ ଆଉ ନୂଆ ଦୋକାନ ଖୋଲିବ ନାହିଁ । ଏଥିପାଇଁ ବିଭିନ୍ନ ରାଜ୍ୟକୁ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ତିନୋଟି ଅନୁଧ୍ୟାନ କରିବାକୁ ଯାଇଛନ୍ତି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଅବକାରୀ ମନ୍ତ୍ରୀଙ୍କ ଅନୁସାରେ, ଓଡ଼ିଶାରେ ନୂତନ ମଦ ନୀତି ଲାଗୁ କରିବା ପୂର୍ବରୁ ରାଜ୍ୟ ଅବକାରୀ ବିଭାଗ ଅନ୍ୟ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ତିନୋଟି ଦଳ ୪ ରାଜ୍ୟକୁ ଯାଇଛନ୍ତି । ସେମାନେ ଅନୁଧ୍ୟାନ କରିବା ପରେ ନୂତନ ଅବକାରୀ ନୀତି ଜୁନ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ସୁଦ୍ଧା ଲାଗୁ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତିନି ବର୍ଷିଆ ମଦ ନୀତି ଆସିବ । ଏହା ଦ୍ୱାରା ଠିକ୍ ଢଙ୍ଗରେ ପରିଚାଳିତ ହେବ । ନୂତନ ନୀତି ଅନୁସାରେ ଆଉ ନୂତନ ମଦ ଦୋକାନ ଖୋଲିବ ନାହିଁ ।
ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, କେରଳ ଏବଂ ତାମିଲନାଡୁ ପରିଦର୍ଶନ କରିବେ । ପ୍ରଥମ ପଦକ୍ଷେପ ସ୍ୱରୂପ ଟିମ୍ ଆନ୍ଧ୍ର ପ୍ରଦେଶ ଯାଇଛନ୍ତି । ଅଧିକାରୀମାନେ ଜୁଲାଇ ୭ ଏବଂ ୮ ସୁଦ୍ଧା ଫେରି ଆସିବାର ସମ୍ଭାବନା ରହିଛି । ବେଆଇନ ମଦ କାରବାର, ଦଣ୍ଡବିଧାନ ଓ ପୁରୁଣା ନୀତିର ଅସୁବିଧା ଦୂର ହେବ । ଏ ସମସ୍ତ କଥାକୁ ଆଖି ଆଗରେ ରଖି ୩ ବର୍ଷିଆ ନୀତି ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।