ମୟୂରଭଞ୍ଜ : ବାଙ୍ଗରିପୋଷୀ ପୋଲିସକୁ ବଡ଼ ସଫଳତା । ଘର ଭିତରେ ୪ଟି ଜିଅନ୍ତା ଅଫୁଟା ଗୁଳି ସହିତ ଗୋଟିଏ ଲାଇସେନ୍ସ ବନ୍ଧୁକ ଜବତ। ଜଙ୍ଗଲରେ ପଶୁ ଶିକାରରେ ସାଜିଥିଲା ମୁଖ୍ୟ ଖଳନାୟକ। ଦୀର୍ଘ ଦିନରୁ ଶିକାରୀଙ୍କୁ କରୁଥିଲା ବେଆଇନ ଗୁଳି ଯୋଗାଇ ଅଧିକ ଲାଭ ଖାଉଥିଲା ଅଭିଯୁକ୍ତ।
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ପୋଲିସ ଥାନା ଅର୍ନ୍ତଗତ ଧୋବଣିଶୋଳ ଗ୍ରାମରୁ ଜବତକଲେ ଲାଇସେନ୍ସ ପ୍ରାପ୍ତ ଗୁଳି ଓ ବନ୍ଧୁକ । ଏକ କେଶ ରୁ ତିନୋଟି ଶିକାରୀଙ୍କ ବୟାନ କୁ ଆଧାର କରି ଆଜି ଅପରାହ୍ନ ୪ଟା ୩୦ସମୟରେ ବାଙ୍ଗିରିପୋଷି ପୋଲିସ ଅଭିଯୁକ୍ତଙ୍କ ଘରେ ଚଢାଉ କରିଥିଲା। ଅଭିଯୁକ୍ତଙ୍କ ବୟାନ ଅନୁସାରେ ୩୫ ଟି କିଣା ରସିଦରେ ୯୫୪ ଟି ବେଆଇନ ଗୁଳି କ୍ରୟ ହୋଇଛି। ଲାଇସେନ୍ସ ଥିବା ବନ୍ଧୁକର ମାଲିକ ଅଭିଯୁକ୍ତ ଜଣକୁ ଗିରଫ କରିଛି ବାଙ୍ଗିରିପୋଷି ପୋଲିସ। ବନ୍ଧୁକ ଓ ବେଆଇନ ଗୁଳି ସପ୍ଲାଏ ଅଧୀନରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଲାଇଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଚିତ୍ତରଞ୍ଜନ ଗିରି। ଚିତ୍ତରଞ୍ଜନ ଗିରି ଆଗରୁ ଏକ ବ୍ୟାଙ୍କ ରେ ସିକୁରିଟି ଭାବେ କାମ କରୁଥିଲେ। ସେ ୨୦୧୬ ମସିହା ପାଖରୁ ଗୁଳି କିଣି ଜଙ୍ଗଲରେ ପଶୁ ଶିକାର କରୁଥିବା ଶିକାରୀ ମାନଙ୍କୁ ବିକ୍ରି କରୁଥିବା ବାଙ୍ଗିରପୋଷି ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ତେବେ ବେଆଇନ ଭାବେ ଗୁଳି କିଣିବା ଓ ବିକିବା ପାଇଁ ବାଲେଶ୍ଵର, କଟକ, ଭୁବନେଶ୍ଵର ଓ ମେଦିନାପୂର୍ ଅଞ୍ଚଳରୁ ବ୍ୟବହାର କରୁଥିବା ପୋଲିସ ପକ୍ଷରୁ ସୂଚନା।