ପାରାଦୀପ : ଆଜି ବିଶ୍ବ ପରିବେଶ ଦିବସ। ଏହି ଉପଲକ୍ଷେ ପରିବେଶ ଉପରେ ସବୁବେଳେ ସଚେତନତା କାର୍ଯ୍ୟକ୍ରମ କରି ଆସୁଥିବା ପାରାଦୀପ ଅଞ୍ଚଳର ବାପି ଗୋଛାୟତ ପାରାଦୀପ ସମୁଦ୍ର ବେଳାଭୂମିରେ ବାଲୁକା ରେ ଏକ ଚିତ୍ର କରି ସଚେତନତା ବାର୍ତ୍ତା ଦେଇଛନ୍ତି। ଏହି ଚିତ୍ର ମାଧ୍ୟମରେ ପ୍ଲାଷ୍ଟିକ ପ୍ରଦୁଷଣ କୁ ରୋକିବା ପାଇଁ ପ୍ଲାଷ୍ଟିକ ବର୍ଜନ କରିବା ସହିତ ଏକ ସୁନ୍ଦର ପୃଥିବୀ ଗଢି ତୋଳିବା ପାଇଁ ଜନ ସାଧାରଣ ଙ୍କୁ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି। ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ଗୃହପାଳିତ ପଶୁ, ଜଳଚର ଜୀବ, ସାମୁଦ୍ରିକ ଜୈବ ବିବିଧତା ଏବଂ ଜୀବଜଗତ ସମସ୍ତେ ପ୍ରଭାବିତ ହେଉଛନ୍ତି। ତେଣୁ ସମସ୍ତେ ପ୍ଲାଷ୍ଟିକ କୁ ବର୍ଜନ କରିବା ପାଇଁ ଜନ ସାଧାରଣ ଙ୍କୁ ବାଲୁକା ଚିତ୍ର ଦ୍ବାରା ସଚେତନତା ବାର୍ତ୍ତା ଦେଇଛନ୍ତି ବାପି ଗୋଛାୟତ। ଏଥି ସହିତ ପିଲାମାନଙ୍କୁ ସ୍କୁଲ ଏବଂ କଲେଜରେ ପରିବେଶ କୁ ନେଇ ଗୋଟିଏ କ୍ଲାସ ରଖିବା ଲାଗି ପାଇଁ ସରକାର ଙ୍କୁ ଅନୁରୋଧ କରିଛନ୍ତି। ଏହା ଦ୍ବାରା ସମାଜ ପରିବର୍ତ୍ତନ ହେବା ସହିତ ପ୍ରଦ୍ୟୁଷଣ ମୁକ୍ତ ପୃଥିବୀ ଗଠନ ହୋଇ ପାରିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ବାପି । ପାରାଦୀପ ସମୁଦ୍ର କୂଳ କୁ ଆସୁଥିବା ପର୍ଯ୍ୟଟକ ମାନେ ବାପି ଗୋଛାୟତ ଙ୍କ ବାଲୁକା ଚିତ୍ର ରେ ସଚେତନ ବାର୍ତ୍ତା କୁ ପ୍ରଶଂସା କରିବା ସହିତ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।