ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଆଉ ନିସ୍ତାର ନାହିଁ । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଗ୍ରହଣ କରୁଛନ୍ତି ମୋହନ ସରକାର । ଏକ ପୂର୍ବ ଅଭିଯୋଗ ଆଧାରରେ କଳାହାଣ୍ଡି ଉପଜିଲ୍ଲାପାଳ ଚିତ୍ତରଞ୍ଜନ ପିଲ୍ଲା ନିଲମ୍ବିତ ହୋଇଛନ୍ତି । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୨୦ରୁ ୨୦୨୨ରେ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଥିବାବେଳେ ସେ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଥିଲା । ସେ ସରକାରୀ ଜମିକୁ ବନ୍ଦୋବସ୍ତ କରିବା, ଲିଜ୍ ଜମିକୁ କିସମ ପରିବର୍ତ୍ତନ କରିବା ଓ ନିଜେ ପ୍ରତ୍ୟାଖ୍ୟାନ କରିଥିବା ମାମଲାକୁ ପୁନଃ ଶୁଣାଣି କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ରାଜସ୍ୱ ବିଭାଗ ଏହି ନିଷ୍ପତ୍ତି ନେଇଛି ।