ବୈପାରୀଗୁଡା: କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ କାଦଆମ୍ବ ଛକରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ମୃତକ ଅମିନ ସାନ୍ତା ଓ ଜିତୁ ଖିଲ ।
ସୂଚନା ଅନୁସାରେ, କାଦଆମ୍ବ ଗାଁରେ ଭୋଜି ଖାଇବା ପାଇଁ ଜିତୁ ଓ ତାଙ୍କ ୨ ସମ୍ପର୍କୀୟ ଗୋଟିଏ ବାଇକ୍ରେ ଆସୁଥିଲେ । ଏହି ସମୟରେ ବୁଲାଣି ରାସ୍ତା କଡରେ ଥିବା ଗଛରେ ଭାରସାମ୍ୟ ହରାଇ ବାଇକ ପିଟି ହୋଇଗଲା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ଜିତୁ ଖିଲଙ୍କର ମୃତ୍ୟୁ ହୋଇଥିବାବେଳେ ଅମିନଙ୍କ କୋରାପୁଟ ମେଡିକାଲରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ଗୁରୁତରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ମୃତ୍ୟୁ ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।