ଗଞ୍ଜାମ: ପୁଣି ବିଜେଡିକୁ ମିଳିଲା ଶକ୍ତ ଝଟ୍କା । ଶଙ୍ଖ ଛାଡି ପଦ୍ମ ଧରିଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ । ବିଜେପିର ଏକ ବର୍ଷ ମଧ୍ୟରେ କାର୍ଯ୍ୟ ଓ ଆଗାମୀ ଦିନରେ ବିକଶିତ ଓଡିଶା କରିବାର ଯୋଜନା ସଫଳ ହେବାକୁ ଯାଉଛି । ଯେଉଁ କାରଣରୁ ଧୀରେ ଧୀରେ ରାଜ୍ୟର ସବୁ ଜିଲ୍ଲାରେ ବିଜେଡି ଗଡ଼ ଭାଙ୍ଗି ଯାଉଛି ।
ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ସହ ତାଙ୍କ ସ୍ୱାମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁରଥ ପ୍ରଧାନ ବି ବିଜେପିରେ ସାମିଲ୍ ହୋଇଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ମିଶିଥିଲେ। ଦଳୀୟ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦିଆଯାଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।
ଆସନ୍ତା ୧୨ ତାରିଖରେ ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରଣ ହେବ । ନିର୍ବାଚନ ସମୟରେ ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବାରେ ଲାଗିଛି ।