ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆରସିିବିର ବିଜୟ ଉତ୍ସବ ସମୟରେ ଦଳାଚକଟା ମାମଲାରେ ଏକ ନୂତନ ମୋଡ଼ ଆସିଛି। ବୁଧବାର ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ କ୍ରିକେଟର ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ଏଚ୍ ଏମ୍ ଭେଙ୍କଟେଶ ନାମକ ଜଣେ ସାମାଜିକ କର୍ମୀ ପୋଲିସରେ ଅଭିଯୋଗ କରିଛନ୍ତି। ତଥାପି କର୍ମୀଙ୍କ ଅଭିଯୋଗ ଉପରେ ଏପର୍ୟ୍ୟନ୍ତ କୌଣସି ଏଫ୍ ଆଇଆର୍ ରୁଜୁ ହୋଇନାହିଁ।
ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ସାମାଜିକ କର୍ମୀ ଏଚ୍ ଏମ୍ ଭେଙ୍କଟେଶ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଆଇପିଏଲ୍ ଇତିହାସରେ ଆରସିବିର ପ୍ରଥମ ବିଜୟର ଉତ୍ସବ ପାଳନ ସମୟରେ ଦଳାଚକଟା ପାଇଁ କ୍ରିକେଟର ବିରାଟ କୋହଲି ଦାୟୀ । କର୍ମୀ କହିଛନ୍ତି ଯେ ବେଙ୍ଗାଲୁରୁ ଦଳାଚକଟା ମାମଲା ପାଇଁ ମଧ୍ୟ ବିରାଟ କୋହଲି ଦାୟୀ।
ଷ୍ଟାଡିୟମ ବାହାରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଅଭାବରୁ ଦଳାଚକଟା ବୁଧବାର ୧୮ ବର୍ଷ ପରେ ଆଇପିଏଲରେ ପ୍ରଥମ ଟ୍ରଫ ଜିତିବା ପରେ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ପାଳନ କରିବା ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା । ତେବେ ସେହି ସମୟରେ, ଦଳର ବିଜୟର ଉତ୍ସବ ପାଳନରେ ଯୋଗଦେବା ପାଇଁ ଲକ୍ଷ ଲକ୍ଷ ପ୍ରଶଂସକ ଷ୍ଟାଡିୟମ ବାହାରେ ଏକତ୍ରିତ ହୋଇଥିଲେ। ଏତେ ସଂଖ୍ୟକ ଲୋକଙ୍କୁ ପରିଚାଳନା କରିବା ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା କରାଯାଇ ନଥିଲା। ଯେଉଁଥି ପାଇଁ ଦଳାଚକଟା ଘଟିବା ସହ ୧୧ ଜଣଙ୍କ ପ୍ରାଣହାନୀ ଘଟିଛି ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅନୁଯାୟୀ, ଆରସିବରର ବିଜୟ ଉତ୍ସବ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ, ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏତେ ସଂଖ୍ୟକ ଲୋକଙ୍କୁ ସମ୍ଭାଳିବା ପାଇଁ ଯଥେଷ୍ଟ ନଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚିନ୍ନାସ୍ୱାମୀ ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୩୫ ହଜାର । କିନ୍ତୁ ଆରସବିର ବିଜୟ ଉତ୍ସବ ପାଳନରେ ଯୋଗଦେବା ପାଇଁ ପ୍ରାୟ ୨ ରୁ ୩ ଲକ୍ଷ ଲୋକଙ୍କ ଭିଡ଼ ଜମା ହୋଇଥିଲେ ।
ବେଙ୍ଗାଲୁରୁ ଦଳାଚକଟା ମାମଲା ସହିତ ଜଡିତ ଚାରି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଡିଏନଏ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମାର୍କେଟିଂ ଏବଂ ରାଜସ୍ୱ ମୁଖ୍ୟ ନିଖିଲ ସୋସାଲେ, ବ୍ୟବସାୟ ବ୍ୟାପାରର ଉପାଧ୍ୟକ୍ଷ ସୁନୀଲ ମାଥ୍ୟୁ, ବରିଷ୍ଠ ଇଭେଣ୍ଟ ମ୍ୟାନେଜର କିରଣ କୁମାର ଏବଂ ଟିକେଟିଂ ଅପରେସନର ମୁଖ୍ୟ ସୁମନ୍ତ ସାମିଲ। ୧୪ତମ ଏସିଏମଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚାରି ଜଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।