ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଟିମ୍ (ପୁରୁଷ) ଚୟନ ସମିତିର ଅଧ୍ୟକ୍ଷ ଭାବେ ପ୍ରଜ୍ଞାନ ଓଝା ଏବଂ ସଦସ୍ୟ ଭାବେ ଶିବସୁନ୍ଦର ଦାସ ନିଯୁକ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।
ଓଡ଼ିଶାର ଏହି ଦୁଇ ପ୍ରତିଭାବାନ କ୍ରିକେଟରଙ୍କ ନିଯୁକ୍ତି ରାଜ୍ୟର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ। ଭାରତୀୟ କ୍ରିକେଟ୍ର ଉନ୍ନତି ସହ ଓଡ଼ିଶାର ଯୁବ କ୍ରିକେଟରମାନଙ୍କୁ ମଧ୍ୟ ଏହା ପ୍ରେରଣା ଯୋଗାଇବ। ଉଭୟଙ୍କର ଅଭିଜ୍ଞତା ଓ ଅବଦାନ ଭାରତୀୟ କ୍ରିକେଟ୍କୁ ଆହୁରି ସମୃଦ୍ଧ କରିବା ସହ ସେମାନଙ୍କର ସଫଳ କାର୍ଯ୍ୟକାଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଜ୍ଞାନ ଓଝାଙ୍କୁ ବିସିସିଆଇ ପୁରୁଷ କ୍ରିକେଟ ଟିମର ଚୟନ କମିଟିର ଅଧ୍ୟକ୍ଷଭାବେ ନିଯୁକ୍ତ କରିଛି । ବରିଷ୍ଠତା ଏବଂ ଅଭିଜ୍ଞତା ଦୃଷ୍ଟିରୁ ପ୍ରଜ୍ଞାନଙ୍କୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଓଡ଼ିଶାର ଶିବ ସୁନ୍ଦର ଦାସଙ୍କୁ ମଧ୍ୟ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ପ୍ରଜ୍ଞାନ, ଅଜିତ ଅଗରକରଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ।