ନାଗୋୟା: ଜାପାନର ଆଇଚି ନାଗୋୟାରେ ଆରମ୍ଭ ହୋଇଥିବା ଏସୀୟ ପାରା କ୍ରୀଡ଼ା-୨୦୨୬ରେ ଭାରତର ବିଜୟ ଅଭିଯାନ ଆରମ୍ଭ ହୋଇଛି । ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH1 ଫାଇନାଲରେ, ଭାରତୀୟ କ୍ରୀଡ଼ାବିତ୍ ମୋନା ଅଗ୍ରୱାଲ ଏବଂ ଅବନୀ ଲେଖାରା ଉଭୟ ଦେଶ ପାଇଁ ପଦକ ଜିତିଛନ୍ତି । ମୋନା ୨୫୦.୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ଦୁଇ ଦୁଇ ଥର ଅଲିମ୍ପିକ୍ ବିଜେତା ଅବନୀଙ୍କୁ ୨୪୯.୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହି ଇଭେଣ୍ଟରେ ଦକ୍ଷିଣ କୋରିଆର ୟୁନରି ଲି ବ୍ରୋଞ୍ଜ ପଦକ ଜିତିଲେ।
ଶେଷ ଶଟ୍ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅତ୍ୟନ୍ତ ରୋମାଞ୍ଚକର ରହିଥିଲା। ଶେଷ ଶଟ୍ ପୂର୍ବରୁ, ମୋନା ଅଗ୍ରୱାଲ୍ ଅବନୀ ଲେଖାରାଙ୍କ ଠାରୁ ମାତ୍ର ୦.୧ ପଏଣ୍ଟ ଆଗରେ ଥିଲେ । ମୋନାଙ୍କ ପାଖରେ ୨୩୯.୨ ପଏଣ୍ଟ ଥିବାବେଳେ ଅବନୀଙ୍କ ପାଖରେ ୨୩୯.୧ ପଏଣ୍ଟ ଥିଲା।
SH1 ବର୍ଗଟି ସେହି ସୁଟରମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନଙ୍କର ଶରୀରର ନିମ୍ନ ଭାଗ (ଗୋଡ଼ରେ) ଶାରୀରିକ ଅକ୍ଷମତା ରହିଛି।