ନୂଆଦିଲ୍ଲୀ: ଦରଦାମ ବୃଦ୍ଧି, ଖରାପ ଜନସେବାକୁ ନେଇ ଇଟାଲିରେ ତେଜିଛି ଜନ ଆନ୍ଦୋଳନ। ଅନେକ ସ୍ଥାନରେ ବିକ୍ଷୋଭ ହିଂସାତ୍ମକ ରୂପ ନେବା ପରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ସତର୍କ କରିଛି ଭାରତୀୟ ଦୂତାବାସ। ଭିଡ଼ଠାରୁ ଦୂରେଇ ରହିବା ସହ ନିଜ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି।
ମିଲାନ ସହରରେ ରବିବାର ବିକ୍ଷୋଭ ସମୟରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। କିଛି ବିକ୍ଷୋଭକାରୀ ଦୋକାନ ଭଙ୍ଗାରୁଜା କରିବା ସହ ରାସ୍ତାରେ ଥିବା ଆବର୍ଜନା ପାତ୍ରରେ ନିଆଁ ଲଗାଇଥିବା ଖବର ଆସିଛି। ଏହା ପରେ ପୋଲିସ ଲୁହବୁହା ଗ୍ୟାସ୍ ଓ ପାଣି ତୋପ ପ୍ରୟୋଗ କରିଥିଲା।
ଭାରତୀୟ ନାଗରିକଙ୍କ ପାଇଁ ଦୂତାବାସର ପରାମର୍ଶ
- ବିକ୍ଷୋଭ ଚାଲିଥିବା ସ୍ଥାନକୁ ଯାଆନ୍ତୁ ନାହିଁ।
- ଭିଡ଼ ହେଉଥିବା ଅଞ୍ଚଳଠାରୁ ଦୂରେଇ ରୁହନ୍ତୁ।
- ସ୍ଥାନୀୟ ଖବର ଓ ସରକାରୀ ସୂଚନା ଉପରେ ନଜର ରଖନ୍ତୁ।
ଜରୁରୀକାଳୀନ ନମ୍ବର ଜାଣି ରଖନ୍ତୁ
- ରୋମ୍ ଭାରତୀୟ ଦୂତାବାସ: +39 331 614 2085
- ମିଲାନ ଭାରତୀୟ କନସୁଲେଟ୍: +39 388 164 7527
ଇଟାଲିରେ ରହୁଥିବା ଭାରତୀୟମାନେ ଦୂତାବାସର ପରାମର୍ଶ ମାନି ସତର୍କ ରହିବାକୁ ଅନୁରୋଧ କରାଯାଇଛି।