ନୂଆଦିଲ୍ଲୀ: ଫ୍ଲାଇଦୁବାଇ ବିମାନ ଅଘଟଣ ପରେ ଇସ୍ରାଏଲ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଇସ୍ରାଏଲ ବିମାନରେ ଏଣିକି ଦେଖିବାକୁ ମିଳିବେନି ମୁସଲିମ ବହୁଳ ଦେଶର କ୍ର୍ୟୁ ମେମ୍ବର । ଇସ୍ରାଏଲ୍ ସରକାର ପାକିସ୍ତାନ ସମେତ ମୁସଲିମ୍ ବହୁଳ କ୍ର୍ୟୁ ସଦସ୍ୟଙ୍କ ନିଯୁକ୍ତି ଉପରେ କଟକଣା ଲଗାଇଛି । ଇସ୍ରାଏଲ୍ ଏହି ନୂତନ କଟକଣାକୁ ଫ୍ରାନ୍ସ ମଧ୍ୟ ସମର୍ଥନ କରି ଅନୁରୂପ ନିଷ୍ପତ୍ତି ନେଇଛି ।
ଇସ୍ରାଏଲର ଏହି ନୂତନ ନିୟମ ପ୍ରାୟ ବିଶ୍ୱର ୩୧ ଟି ଦେଶର ନାଗରିକଙ୍କ ଉପରେ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଯେପରିକି ପାକିସ୍ତାନ, ଇରାନ, ସାଉଦି ଆରବ, ଆଲଜେରିଆ ଏବଂ ତୁନିସିଆ ଭଳି ମୁସଲିମ ବହୁଳ ରାଷ୍ଟ୍ର ପାଇଁ ମହଙ୍ଗା ସାବ୍ୟସ୍ତ ହେବ ।
ସେହିପରି ଏୟାର ଫ୍ରାନ୍ସ ନିଶ୍ଚିତ କରିଛି ଯେ ଏହା ଇସ୍ରାଏଲର ନୂତନ ନିୟମାବଳୀକୁ ମଧ୍ୟ ଲାଗୁ କରିବ । ନିର୍ଦ୍ଦିଷ୍ଟ କିଛି ଦେଶର ବିମାନ କର୍ମଚାରୀଙ୍କୁ ଇସ୍ରାଏଲକୁ ବିମାନ ପରିଚାଳନା କରିବା ପାଇଁ ଅନୁମତି ଦିଆଯାଏ ନାହିଁ । ଏୟାର ଫ୍ରାନ୍ସ କହିଛି, "ସମସ୍ତ ଏୟାରଲାଇନ୍ସ ପରି, ଏୟାର ଫ୍ରାନ୍ସ ଯେଉଁ ଦେଶଗୁଡ଼ିକରେ ସେବା ପ୍ରଦାନ କରେ ସେହି ଦେଶର କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରବେଶ ନିୟମ ପାଳନ କରିବା ଉଚିତ । ସେହି ନିୟମଗୁଡ଼ିକ ଏହାର ଯାତ୍ରୀମାନଙ୍କ ପାଇଁ କିମ୍ବା ଏହାର କର୍ମଚାରୀମାନଙ୍କ ପାଇଁ ପ୍ରଯୁଜ୍ୟ ହେଉ। ତେଲ ଅଭିଭ ପାଇଁ ଯାଉଥିବା ବିମାନ ପାଇଁ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲାଗୁ ହୋଇଥିବା ନୂତନ ନିୟମ ବିଷୟରେ ପ୍ରାସଙ୍ଗିକ କର୍ମଚାରୀମାନଙ୍କୁ ଅବଗତ କରାଯାଇଛି।"
ଫ୍ଲାଇଦୁବାଇ ଘଟଣା ପରେ ଅକ୍ଟୋବର 1 ରେ, ଇସ୍ରାଏଲର ପରିବହନ ଏବଂ ସଡ଼କ ସୁରକ୍ଷା ମନ୍ତ୍ରଣାଳୟ ବିଦେଶୀ ଏୟାରଲାଇନ୍ସକୁ ଏକ ସ୍ପଷ୍ଟ ବାର୍ତ୍ତା ଜାରି କରିଥିଲା। ଇସ୍ରାଏଲୀ ଏୟାରସ୍ପେସ ମଧ୍ୟରେ ବିମାନ ପରିଚାଳନା କରୁଥିବା ପାଇଲଟ ଏବଂ କ୍ୟାବିନ କ୍ରୁ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ନଥିବା ଦେଶର ନାଗରିକତା କିମ୍ବା ଦ୍ୱୈତ ନାଗରିକତା ରଖି ପାରିବେ ନାହିଁ ।