ଉଦଳା: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ପୁଣି ଏବେ ମୁଣ୍ଡ ଟେକିଲାଣି ଜଣ୍ଡିସ୍ ଆତଙ୍କ । ମୟୂରଭଞ୍ଜ ଜିଲ୍ଲା ଉଦଳାର ପରିଛିପୁର ଆଦିବାସୀ ସାହିରେ ଜଣ୍ଡିସ୍ ଆତଙ୍କ ଖେଳିଯାଇଛି । ଜଣ୍ଡିସରେ ୧୫ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏନେଇ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଟିମ୍ ସଜାଗ ହୋଇଛି । ଗାଁର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଟିମ୍ ପହଞ୍ଚିଛି । ଉକ୍ତ ଟିମ୍ ତଦାରଖ କରିବେ ଯେ, ଜଣ୍ଡିସ୍ କେଉଁ କାରଣରୁ ବ୍ୟାପୁଛି । ଦୂଷିତ ଜଳ ପିଇ କି ଅନ୍ୟ କିଛି କାରଣ ରହିଛି ।
ଜଣ୍ଡିସ୍ ହେବାଦ୍ବାରା ଶରୀର ଅଙ୍ଗ ହଳଦୀ ପଡ଼ିଯାଏ । ଜଣ୍ଡିସ୍ ସାଧାରଣତଃ ଦୂଷିତ ପାଣି ପିଇବା ଦ୍ୱାରା ବ୍ୟାପିଥାଏ । ସେଥିପାଇଁ ଗାଁର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଟିମ୍ କୂଅ ପୋଖରୀ, ପାଇପ ପାଣିର ମଧ୍ୟ ନମୁନା ସଂଗ୍ରହ କରିବେ । ଲୋକେ ପିଉଥିବା ପାଣି କେତେ ଦୂଷିତ ତାର ଯାଞ୍ଚ ମଧ୍ୟ କରିବେ ।
ଗୋଟେ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଉଦଳାରେ ଜଣ୍ଡିସ୍ ଆତଙ୍କ । ଯାହା ଚିନ୍ତାର କାରଣ ପାଲଟିଛି ।