ବରଗଡ଼: ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ମହମ୍ମଦ ରଫିକ୍ଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ସକାଳ ୬ଟା ୩୦ରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ମଧ୍ୟ ସେ କାମ କରିଥିଲେ।
ମହମ୍ମଦ ରଫିକ୍ କିଛିଦିନ ହେଲା ରକ୍ତ ଶର୍କରାଜନିତ ରୋଗରେ ପୀଡ଼ିତ ଥିଲେ । ପାଇଁ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ ତାଙ୍କ ପରିବାର ବର୍ଗ ପକ୍ଷରୁ ସୂଚନା ଦିଆଯାଇଛି । ସେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସେ ମେଳଛାମୁଣ୍ଡା ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିଲେ । ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ଏହା ସହିତ ସେ ସୋହେଲା ଦୁର୍ଗାପୂଜା କମିଟିର ଉପସଭାପତି ଥିଲେ। ମହମ୍ମଦଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।