କେନ୍ଦ୍ରାପଡା : ସୁଦଶାବ୍ରତରେ ଘଟିଲା ଅଘଟଣ। ମନ୍ଦିରରେ ଦୀପ ଲଗାଉଥିବା ବେଳେ ନିଆଁ ଲାଗି ଜଣେ ମହିଳା ଭକ୍ତ ଗୁରୁତର।
ସୂଚନା ଅନୁଯାୟୀ ସୁଦଶାବ୍ରତ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲଷ୍ମୀବରାହ ମନ୍ଦିରରେ ବ୍ରତ କରିଥିବା ବ୍ରତଧାରୀ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଭିଡ଼ ସମୟରେ ଦୀପ ଲଗାଉଥିବା ସମୟରେ ନିଆଁ ଲାଗି ମହିଳା ଗୁରୁତର ଆହତ ହୋଇଛନ୍ତି l ମହିଳା ଜଣଙ୍କ ହେଲେ ରାଜକନିକା ବ୍ଲକ ଅନ୍ତର୍ଗତ ବଳରାମପୁର ଛଦେଶ ଗ୍ରାମର ଇନ୍ଦ୍ରମଣୀ ନାୟକଙ୍କ ପତ୍ନୀ ସୁପ୍ରିୟା ନାୟକ l ତିନିଦିନ ହେବ ସୁପ୍ରିୟା ନିଜ ଘର ଆଳି ବ୍ଲକ ଅନ୍ତର୍ଗତ କୋଚିଳା ଗ୍ରାମକୁ ଆସିଥିଲେ l ଆଜି ସୁଦଶାବ୍ରତ ଓଷା କରିଥିବାରୁ ସେ ଆଳି ସ୍ଥିତ ଲଷ୍ମୀବରାହ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ l ତେବେ ଦୀପ ଜଳାଉଥିବା ସମୟରେ ଆସାବଧାନତା ଯୋଗୁଁ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିବା ଜଣା ପଡିଛି l ହଠାତ ତାଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ଚିତ୍କାର କରିଥିଲେ ସେଠି ଉପସ୍ଥିତ ଥିବା ଦୁଇ ଜଣ ବ୍ରାହ୍ମଣ ଶିବ ପ୍ରସାଦ ପଣ୍ଡା ଓ ନଟବର ଦୀକ୍ଷିତ ଦୌଡ଼ି ଯାଇ ନିଆଁ ଲିଭାଇ ତାଙ୍କୁ ନିଜର ବସ୍ତ୍ର ଦ୍ୱାରା ଢାଙ୍କି ଦେଇଥିଲେ l ସେହି ଦୁଇ ବ୍ରାହ୍ମଣ ଙ୍କ ବସ୍ତ୍ର ମଧ୍ୟ ଜଳିଯାଇଥିଲେ ମଧ୍ୟ ନିଜ ଜୀବନକୁ ପଛ କରି ମହିଳା ଙ୍କ ଜୀବନ ବଞ୍ଚାଇଥିଲେ l ଉପସ୍ଥିତ ଥିବା ବ୍ରାହ୍ମଣ ମାନେ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରି ଆମ୍ବୁଲାନ୍ସ ଯୋଗେ ଆଳି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ଅବସ୍ଥା ଗୁରୁତର ଥିବାରୁ ବଡ଼ ମେଡିକାଲ କଟକକୁ ସ୍ଥାନାନ୍ତର କରଯାଇଥିବା ନେଇ ଆଳି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି l ଉଦ୍ଧାର କରିଥିବା ବ୍ରାହ୍ମଣଙ୍କ କହିବା ଅନୁସାରେ ଦୀପ ଷ୍ଟାଣ୍ଡ ନଥିବାରୁ ଦୀପ ବିକ୍ଷିପ୍ତ ଅବସ୍ଥାରେ ପଡିରହିଛି ଯାହା ଫଳରେ ନିଆଁ ଲାଗିବା ସ୍ୱାଭାବିକ ଘଟଣା l ଯଦିଓ ଏହି ଦେବଦତ୍ତ ଅଧୀନରର ଅଛି କିନ୍ତୁ ପ୍ରଶାସନ କୌଣସି ମନ୍ଦିର ପ୍ରତି ଦୃଷ୍ଟି ନଦେବାରୁ ଏଭଳି ଘଟଣା ଘଟିଲା l ଟ୍ରଷ୍ଟ ବୋର୍ଡର ଦାଇତ୍ୱରେ ଥିବା ସଦସ୍ୟ ମାନେ ମଧ୍ୟ ଅବବ୍ୟବସ୍ତା ପ୍ରତି ଦୃଷ୍ଟି ଦେଉ ନାହାନ୍ତି l ମରଣ ମୁହଁରୁ ଉଦ୍ଧାର କରିଥିବା ଦୁଇ ବ୍ରାହ୍ମଣ ଙ୍କୁ ଅଞ୍ଚଳ ବାସୀ ଭୁରୀ ପ୍ରଶଂସା କରିଛନ୍ତି l