ଭୁବନେଶ୍ୱର: ପୁଣି ଥରେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଚେତାଇ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ସେ ପୁରୁଣା ମୂଷା ହେଉ କିମ୍ବା ନୂଆ ମୂଷା, ଦୁର୍ନୀତି କରିଥିଲେ ଦଣ୍ଡ ପାଇବା ନିଶ୍ଚିତ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ନାୟକ ।
ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଖୋଦ୍ ମନ୍ତ୍ରୀ ନିଜେ ୯ ଜଣ କନିଷ୍ଠ ଯନ୍ତ୍ରୀ ଓ ବିଡିଓଙ୍କୁ ନିଲମ୍ବିନ କରିଛନ୍ତି । ସେ ପୁରୁଣା ମୂଷା ହେଉ କିମ୍ବା ନୂଆ ମୂଷା କିମ୍ବା ବିରାଡ଼ି ସମସ୍ତେ ଆଇନ ଆଗରେ ସମାନ । ଯିଏ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।