ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଳାଚକଟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛି ବିଜେତା ଟିମ୍ ଆରସିବି । ପ୍ରତ୍ୟେକ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ ଦଳ ଘୋଷଣା କରିଛି । ସେହିପରି କ୍ରିକେଟର ବିରାଟ କୋହଲି ମଧ୍ୟ ଘଟଣା ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ତାଙ୍କ ହୃଦୟକୁ ଗଭୀର ଆଘାତ ଦେଇଛି ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଗତକାଲି ଆରସିବି ପାଇଁ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା । ଷ୍ଟାଡିୟମରେ ବାହାରେ ପ୍ରାୟ ଦୁଇ ଲକ୍ଷ କ୍ରିକେଟ ପ୍ରଶଂସକଙ୍କ ଭିଡ଼ ଜମି ଥିଲା । ଅସମ୍ଭାଳ ଭିଡ଼ ଯୋଗୁଁ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୭ ଜଣ ଆହତ ହୋଇଥିଲେ । କର୍ଣ୍ଣାଟକ ସରକାରଙ୍କ ମୃତକ ଆତ୍ମୀୟ ସ୍ୱଜନଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିବାବେଳେ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।