ନୂଆଦିଲ୍ଲୀ: ୯ ବର୍ଷ ପରେ ମୁହଁ ଖୋଲିଲେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା । କିଙ୍ଗଫିସର୍ ଏୟାର ଲାଇନ୍ସର ବିଫଳତା ପାଇଁ ଏକ ପଡକାଷ୍ଟରେ ସେ ସାକ୍ଷତାକାର ଦେଇ ସାର୍ବଜନୀନ ଭାବରେ କ୍ଷମା ମାଗିଛନ୍ତି । ଏଥିସହ ଚୋରୀ ଅଭିଯୋଗକୁ ଅସ୍ୱିକାର କରିବ ସହିତ ଭାରତରୁ ଦୂରେଇ ରହିବାର କାରଣ କହିଛନ୍ତି । ଏହି ପଡକାଷ୍ଟରେ ସେ ଅପରାଧିକ ଉଦ୍ଦେଶ୍ୟକୁ ମଧ୍ୟ ଅସ୍ୱୀକାର କରିଛନ୍ତି ।
ଏକ ପଡକାଷ୍ଟରେ ସାକ୍ଷାତକାର ଦେଇ ବିଜୟ ମାଲ୍ୟ କହିଛନ୍ତି ଯେ, ଯଦି ଏକ ନିରପେକ୍ଷ ବିଚାରର ନିଶ୍ଚିତତା ମିଳେ ତେବେ ସେ ଭାରତ ଫେରିବା ବିଷୟରେ ବିଚାର କରିପାରିବେ। ମାଲ୍ୟା ମାର୍ଚ୍ଚ ୨୦୧୬ରେ ବ୍ରିଟେନ ପଳାୟନ କରିଥିଲେ। ବ୍ରିଟେନରୁ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଚାହୁଁଛି ଭାରତ।
‘ମୋତେ ପଳାତକ କହିପାର କିନ୍ତୁ ଚୋର ନୁହେଁ’
ଅନ୍ୟପକ୍ଷରେ, ଚୋରି ଅଭିଯୋଗ ଉପରେ ବିଜୟ ମାଲ୍ୟା କହିଛନ୍ତି ଯେ ତୁମେ ମୋତେ ପଳାତକ କହିପାରିବ, କିନ୍ତୁ ମୁଁ ପଳାୟନ କରିନାହିଁ। ମୁଁ ଭାରତରୁ ଏକ ପୂର୍ବ ନିର୍ଦ୍ଧାରିତ ଯାତ୍ରାରେ ଆସିଥିଲି। କିନ୍ତୁ ମୁଁ ଅନେକ ଆଇନଗତ ସମସ୍ୟା ପାଇଁ ମୁଁ ଫେରି ନାହିଁ। ତେଣୁ ଯଦି ତୁମେ ମୋତେ ପଳାତକ କହିବାକୁ ଚାହୁଁଛ, ତେବେ ତୁମେ କହିପାରିବ, କିନ୍ତୁ ଏଥିରେ \'ଚୋରି\' କେଉଁଠି?
୯୦୦୦ କୋଟି ଟଙ୍କାର ଋଣ
ସୂଚନାଯୋଗ୍ୟ, ପୂର୍ବତନ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପରେ ଭାରତୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା କିଙ୍ଗଫିଶର ଏୟାରଲାଇନ୍ସକୁ ଦିଆଯାଇଥିବା ୯ ହଜାର କୋଟି ଟଙ୍କାରୁ ଅଧିକ ଋଣ ପରିଶୋଧ ନକରିବାର ଅଭିଯୋଗ ରହିଛି । ସେ ବ୍ରିଟେନରେ ପ୍ରତ୍ୟର୍ପଣ ମାମଲା ଲଢ଼ୁଛନ୍ତି, ଯେଉଁଠାରେ ସେ ୨୦୧୬ ମସିହାରୁ ରହୁଛନ୍ତି । ୨୦୧୮ ମସିହାରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ସପକ୍ଷରେ ୟୁକେ କୋର୍ଟର ରାୟ ସମେତ ଅନେକ ଆଇନଗତ ବାଧା ସତ୍ତ୍ୱେ, ସେ ଅନ୍ୟାୟ ବ୍ୟବହାର ଏବଂ ମିଡିଆ ଟ୍ରାଏଲ୍ ଅଭିଯୋଗ ଆଣି ଭାରତ ଫେରିବାକୁ ପ୍ରତିରୋଧ କରି ଆସୁଛନ୍ତି ।
ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା
ଭାରତ ୨୦୧୭ ମସିହାରେ ବ୍ରିଟେନରୁ ତାଙ୍କର ପ୍ରତ୍ୟର୍ପଣ ପାଇଁ ଆବେଦନ କରିଥିଲା । ୨୦୧୮ ମସିହାରେ ଲଣ୍ଡନ କୋର୍ଟ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଥିଲେ ଏବଂ ୨୦୧୯ ମସିହାରେ ୟୁକେ ଗୃହ ସଚିବ ଏହାକୁ ଅନୁମୋଦନ କରିଥିଲେ । କିନ୍ତୁ ଏହା ପରେ ବିଜୟ ମାଲ୍ୟା ଆବେଦନ କରିଥିଲେ ଏବଂ ମାମଲା ଏବେ ଆଇନଗତ ଅସୁବିଧାରେ ଫସି ରହିଛି ।
ଅଧିକ ପଢନ୍ତୁ: ଏହି ଗୋଷ୍ଠୀ ପାଳନ କରିପାରିବେନି ବକ୍ରୀଦ୍: ଅମାନିଆ ହେଲେ ୫ ଲକ୍ଷ ଟଙ୍କା ଜରିମାନା