ସୁନ୍ଦରଗଡ: ପୁଣି ମିଳିଲା ବିସ୍ଫୋରକ । ସୁନ୍ଦରଗଡର ସରଣ୍ଡା ଜଙ୍ଗଲରୁ ପ୍ରାୟ ୭୦୦ କେଜିର ବିସ୍ଫୋରକ ଜବତ ହୋଇଛି । ଏକ ସପ୍ତାହ ତଳେ ୪ ଟନ୍ ରୁ ଅଧିକ ବିସ୍ଫୋରକ ଲୁଟ୍ ହୋଇଥିଲା ।
ସୋମବାର ରାଉରକେଲା ଏସପି ନିତେଶ ୱାଧୱାନୀଙ୍କ ନେତୃତ୍ଵରେ ବରିଷ୍ଠ ଡିଭିଏଫ୍ ଓ ଏସଓଜି ବାହିନୀ ସର୍ଚ୍ଚ ଅପରେସନ୍ ରେ ୨୯୬୦ କେଜି ଜବତ ହୋଇଥିଲା ଓ ଆଜି ପୁଣି ଥରେ ୭୦୦ କେଜି ଲୁଟ୍ ବିସ୍ଫୋରକ ସରଣ୍ଡା ଜଙ୍ଗଲ ମଧ୍ୟରୁ ଜବତ କରିଥିବା ସୂଚନା ମିଳିଛି । ଏହି ଘଟଣା ପରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ହାଇ ଆଲର୍ଟ ଜାରି ହୋଇଯାଇଛି । ବାରମ୍ଭାର ବିସ୍ପୋରକ ଜବତ ହେଉଥିବାରୁ ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।