ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ଫାଟ ଦିନକୁ ଦିନ ବଢିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ ଦୂରତା ଏବେ ସାର୍ବଜନୀନ ମଞ୍ଚରେ ଦେଖିବାକୁ ମିଳିଛି । ଦିନ ଥିଲା ପରସ୍ପରର ଘନିଷ୍ଠ କୁହାଯାଉଥିବା ଟ୍ରମ୍ପ ଓ ମସ୍କ ଏବେ “ୱାନ ବିଗ ବ୍ୟୁଟିଫୁଲ ବିଲ”କୁ ନେଇ ମୁହାଁମୁହିଁ ହୋଇଛନ୍ତି । ଏହି ବିଧେୟକୁ ଆମେରିକାକୁ ଦେବାଳିଆ କରି ଦେବ ବୋଲି ମସ୍କ କହିଥିଲେ । ଏହାକୁ ନେଇ ମସ୍କଙ୍କ ଉପରେ ବେଶ ଖପ୍ପା ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ବୋଧହୁଏ ଆମର ବନ୍ଧୁତା ତିଷ୍ଠିବ ନାହିଁ । ଏହାର ଜବାବରେ ମସ୍କ କହିଛନ୍ତି, ମୁଁ ନ ଥିଲେ ଟ୍ରମ୍ପ ନିର୍ବାଚନ ଜିତି ପାରି ନ ଥାନ୍ତେ ।
ନିକଟରେ ମସ୍କ ରିବପବ୍ଲିକକନ ସମର୍ଥିତ ବିୟେକ ବିଗ ବ୍ୟୁଟିଫୁଲ ବିଲ୍ ଉପରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଥିଲେ । ମସ୍କ ସାମାଜିକ ଗଣମାଧ୍ୟମରେ କହିଥିଲେ ଯେ, ଏହି ବିଧେୟକ ଆମେରିକାକୁ ଦେବାଳିଆ କରି ଦେବ । ସେ ଏକ୍ସରେ ନିଜର ଲକ୍ଷାଧିକ ଅନୁଗାମୀଙ୍କୁ ଏହି ବିଧେୟକକୁ ବିରୋଧ କରିବାକୁ ଅପିଲ୍ କରିଥିଲେ । କିଲ୍ ଦ ବିଲ୍ ସ୍ୱର ଉତ୍ତୋଳନ କରିବାକୁ ମସ୍କ ଆହ୍ୱାନ ଦେଇଥିଲେ ।
ଏହା ଟ୍ରମ୍ପ ଆମେରିକା ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ଏଲନ ଓ ମୋ ମଧ୍ୟରେ ଚମତ୍କାର ବନ୍ଧୁତା ଥିଲା । ମାତ୍ର ମୁଁ ଜାଣିନି ଏହି ସଂପର୍କ ଆଗକୁ ରହିବ କି ନାହିଁ । ମୁଁ ଏଲନଙ୍କ ପାଇଁ ବହୁତ ନିରାଶ । ତେବେ ଟେସଲା ସିଇଓ ଆଉ ଏକ ବୟାନ ଦେଇ ଆମେରିକା ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି । ସେ ଟୁଇଟ୍ କରିଛନ୍ତି, ମୋ ବିନା ଟ୍ରମ୍ପ ନିର୍ବାଚନ ହାରିଥାନ୍ତେ, ଡେମୋକ୍ରାର୍କ ପ୍ରାର୍ଥୀ ଜିତିଥାନ୍ତେ । ଆଉ ସିନେଟରେ ରିପବ୍ଲିକନର ବହୁମତ କେବଳ ୫୧-୪୯ରେ ରହିଥାନ୍ତା ।
ଉଭୟଙ୍କ ମଧ୍ୟରେ ଏହି ବିବାଦ ଟ୍ରମ୍ପଙ୍କ ମହତ୍ୱାକାଂକ୍ଷୀ ବିଧେୟକ “ୱାନ ବିଗ ବ୍ୟୁଟିଫୁଲ ବିଲ”କୁ ନେଇ ଆରମ୍ଭ ହୋଇଛି । ଏହାକୁ ଟ୍ରମ୍ପ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ଲାଗୁ କରିବାକୁ ଚାହୁଁଛନ୍ତି । ହେଲେ ଏହି ବିଧେୟକର ପୂରା ବିବରଣୀ ସାର୍ବଜନୀନ ହୋଇ ନାହିଁ । କିନ୍ତୁ ମସ୍କଙ୍କ କହିବା କଥା ଏହି ବିଧେୟକ ଆମେରିକାର ଅର୍ଥବ୍ୟବସ୍ଥା, ଟେକ୍ନୋଲୋଜି ଓ ସ୍ୱାଧୀନତା ବିରୋଧୀ ରହିଛି ।