କଳାହାଣ୍ତି: ଜବତ ହେଲା ୬୫୦୦ କେଜି ବିସ୍ପୋରକ ଏବଂ ୧୧୫ଟି ଡିଟୋନେଟର । ଏହିଭଳି ଅଘଟଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରୁ । ଗୋଟିଏ ଟ୍ରକ ଏବଂ ଗୋଟିଏ ପିକଅପ ଭ୍ୟାନରେ ଏ ସବୁ ସାମଗ୍ରୀ ଆସିଥିବାର ସୂଚନା ମିଳିଛି ।
ସୂଚନା ଅନୁସାରେ, ଗୋଟିଏ ଟ୍ରକ ଏବଂ ଗୋଟିଏ ପିକଆପ ଭ୍ୟାନରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହିତ ଡିଟନେଟର ଥିବା କଳାହାଣ୍ଡିର ଖଣି ବିଭାଗକୁ ସୂଚନା ମିଳିଥିଲା। ଏହି ଖବର ଜୟପାଟଣା ଥାନାକୁ ତୁରନ୍ତ ଜଣାଇ ଦିଆଯାଇଥିଲା l ପରେ ଜୟପାଟଣା ପୋଲିସ ଏବଂ ଖଣି ବିଭାଗ ମିଳିତ ଭାବେ ଲାବାହାଳୀ ପଥର କୁଆଁରୀରେ ଚଢ଼ାଉ କରିଥିଲେ l ଏହି ଚଢାଉ ବେଳେ ୬୫୦୦ କେଜି ବିସ୍ଫୋରକ ସହ ୧୧୫ ଟି ଡଟୋନେଟର ଜବତ କରାଯାଇଥିଲା l ଏହି ସବୁ ସାମଗ୍ରୀ ଆଣିଥିବା ୪ ଜଣ ଡ୍ରାଇଭରକୁ ପଚରା ଉଚରା କରିବା ସହ ଏହାର କାଗଜ ପାତ୍ର ମଧ୍ୟ ଯାଞ୍ଚ କରାଯାଇଛି। ବିସ୍ଫୋରକ ସାମଗ୍ରୀ ପରିବହନ କରିବା କିମ୍ବା ରଖିବା ପାଇଁ ସ୍ୱତନ୍ତ୍ର ଭାବେ ମାଇନିଂ ପ୍ଲାନ ହିସାବରେ ନିୟମ ରହିଛି। କିନ୍ତୁ ନିୟମର ଖୋଲା ଖୋଲି ଉଲଂଘନ ହୋଇଥିବା ଜାଣିବା ପରେ ବିସ୍ଫୋରକ ସାମଗ୍ରୀ ଆଣିଥିବା ଦୁଇଟି ଗାଡିର ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ l
ତେବେ ଏହି ସବୁ ସାମଗ୍ରୀ କଣ୍ଟାବାଞ୍ଜି ର କଳିଙ୍ଗ ଆଣ୍ଡ କକମ୍ପାନୀ ନାମକ ଏକ କମ୍ପାନୀରୁ ଆସିଥିବା ଜଣା ପଡିଛି। ଯାହାର ମାଲିକ ଅନୁପ କୁମାର ଅଗ୍ରୱାଲ ଏବଂ ଦୀପକ ଚାନ୍ଦ ଜୈନ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି l ଏତେ ପରିମାଣରେ ବେଆଇନ ଭାବେ ବିସ୍ଫୋରଣ ଏକ ପଥର କୁଆଁରୀରୁ ଜବତ ହେବା ଘଟଣା ସାରା ଅଞ୍ଚଳରେ ଚଞ୍ଚଲ୍ୟ ଖେଳାଇ ଦେଇଛି l