ଭୁବନେଶ୍ୱର: ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର । ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳିକୁ ଅନୁମତି ମିଳିଛି । ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିବେ । ଜୁନ ୭ ବଦଳି ଆବେଦନର ଶେଷ ତାରିଖ ରହିଛି । ଏ ନେଇ ଓସେପାକୁ ଡିଇଇଓ ଚିଠି ଲେଖିଛି ।
ଡିଇଇଓର ଚିଠି ଅନୁସାରେର ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରେ ବଦଳି ପାଇଁ ଆବେଦନ କରିହେବ । ଜୁନ୍ ୯ରୁ ୧୬ ଭିତରେ ଯାଞ୍ଚ ପ୍ରକ୍ରିୟା ହେବ । ଜୁଲାଇ ୧୮ରେ ବଦଳି ତାଲିକା ଦେଖି ହେବ । ଏହି ତାଲିକା ଓସେପା ଓ୍ୱେବସାଇଟରେ ଉପଲବ୍ଧ ହେବ । ଜୁଲାଇ ୨୫ ସୁଦ୍ଧା ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଶେଷ ହେବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ଶିକ୍ଷକ ବଦଳି ଆବେଦନ ପାଇଁ ଅବଧି ମେ ୧୫ରୁ ୩୦ ପର୍ଯ୍ୟନ୍ତ ରହିଥିଲା । ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇଥିଲା । ଏହା ସହିତ କେବଳ ଜରୁରୀ ଆବଶ୍ୟକତା ଅନୁସାରେ ବଦଳିକୁ ପ୍ରାଥମିକତା ଦିଆଯିବ । କୌଣସି ସ୍ଥିତିରେ ଗ୍ରାମାଞ୍ଚଳ ଶିକ୍ଷକ ସହରାଞ୍ଚଳକୁ ବଦଳି ପାଇଁ ସୁପାରିଶ କରାଯାଇପାରିବ ନାହିଁ । ଏହି ବଦଳି କେବଳ ଜିଲ୍ଲା ଭିତରେ ସୀମିତ ରହିବ ବୋଲି ପୂର୍ବରୁ ନିର୍ଦ୍ଦେଶ ରହିଥିଲା ।