ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ଜଳେଶ୍ବର-ଚନ୍ଦନେଶ୍ୱର ୫୭ନଂ ରାଜ୍ଯ ରାଜପଥ ଭୋଗରାଇର ବ୍ଲକ ଚନ୍ଦନେଶ୍ୱର ବଜାର ନିକଟରରୁ ୧୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏଥିସହ ୨ଜଣଙ୍କୁ ଗିରଫ କରିବାରେ ବାଲେଶ୍ବର ଓ ଭୋଗରାଇ ଅବକାରୀ ବିଭାଗ ସଫଳ ହୋଇଛନ୍ତି। ଗିରଫ ଦୁଇଜଣଙ୍କ ମଧ୍ଯରେ ଜଣେ ମହିଳା ରହିଛନ୍ତି। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ସୂଚନା ଅନୁଯାୟୀ ଜଗନ୍ନାଥପୁରରେ ବ୍ରାଉନ ସୁଗାର କାରବାର ହେଉଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ସୋମବାର ବିଳମ୍ବିତ ରାତ୍ରି ପ୍ରାୟ ୧ଟାରେ ଡିଲ ହେଉଥିବା ବେଳେ ଚଢାଉ କରାଯାଇଥିଲା। ସେମାନଙ୍କ ଠାରୁ ୧୪୫ ଗ୍ରାମର ବ୍ରାଉନ ସୁଗାର ସହିତ ନଗଦ ୫ହଜାର ୫୦୦ଶହ ଟଙ୍କା ଜବତ ହୋଇଛି। ପୂର୍ବରୁ ୨୪ ଡ଼ିସେମ୍ବର ୨୦୨୪ ମସିହାରେ କମର୍ଦl ବଜାରରେ ପୋଲିସ ଓ ଅବକାରୀ କର୍ମୀଙ୍କୁ ଆକ୍ରମଣ କରି ଜେଲ ଯାଇ ଥିଲେ । ଏମାନଙ୍କ ଘର କମର୍ଦା ଅଂଚଳର ବୋଲି ଜଣା ପଡିଛି।