ବୌଦ୍ଧ: ବୌଦ୍ଧ ଥାନା ତେଲିବନ୍ଧ ଛକ ନିକଟରୁ ଦୁଇଟି ହାତୀ ଦାନ୍ତ ସହ ଜଣଙ୍କୁ ଗିରଫ କରାଯାଇଛି । ଏସଟିଏଫ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହାତୀ ଦାନ୍ତ କାରବାରର ସୂଚନା ପାଇ ବୌଦ୍ଧ ଥାନା ତେଲିବନ୍ଧ ଛକ ନିକଟରେ ରବିବାର ରାତି ୭ ଘଟିକା ସମୟରେ ଏସ୍ ଟିଏଫ ଚଢାଉ କରିଥିଲା | ସେଠାରୁ ଦୁଇଟି ହାତୀ ଦାନ୍ତ ସହ ଚରଦା ଗ୍ରାମର ପ୍ରମୋଦ ପରିଡା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ l ଜବତ୍ ହାତୀ ଦାନ୍ତର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି l ଏହି ଚଢାଉଟି ଡିଏସପି ରଶ୍ମୀ ରଞ୍ଜନ ପଟ୍ଟନାୟକ ଓ ଇନ୍ସପେକ୍ଟର ଜିତୁ ମୋହନ ବାସେରାଙ୍କ ନେତୃତ୍ବରେ ହୋଇଥିଲା । ହାତୀ ଦାନ୍ତ ସହ ଅଭିଯୁକ୍ତକୁ ବୌଦ୍ଧ ବନ ବିଭାଗକୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ତାନ୍ତର କରାଯାଇଛି ।