ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଲାଲବାହିନୀକୁ ବଡ ଝଟକା ଲାଗିଛି । ଏହି ମାଓବାଦୀଙ୍କ ମଧ୍ୟରୁ ଦୁଇ ଜଣ କୁଖ୍ୟାତ ମାଓ ନେତା ରହିଥିବା ସୂଚନା ମିଳିଛି । ସେହି ଦୁଇ ଜଣ ମାଓବାଦୀଙ୍କ ମୁଣ୍ଡ ଉପରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ୬ ଜଣଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ଼ ସରକାର ।
ସୂଚନା ଅନୁସାରେ, ଉକ୍ତ ମାଓବାଦୀମାନେ ସୁକୁମା ବିଜାପୁର ଓ ଦାନ୍ତେଓ୍ୱାଡା ଜିଲ୍ଲାର ଅନେକ ହିଂସାକାଣ୍ଡରେ ଜଡ଼ିତ ଥିବା କହିଛନ୍ତି ସୁକୁମା ଏସ୍ପି କିରଣ ଚୌହ୍ୱାନ । ମାଓ ସଂଗଠନ ଦୁର୍ବଳ ହେଉଥିବା ବେଳେ ନିଜର ଜୀବନ ବଞ୍ଚାଇବା ପାଇଁ ଏମାନେ ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବା ବୋଲି ଏସପି ସୂଚନା ଦେଇଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଛତିଶଗଡ଼, ଓଡିଶା, ଆନ୍ଧ୍ର ପ୍ରଦେଶ ଆଦି ଜଙ୍ଗଲରେ ମାଓବାଦୀଙ୍କୁ ଦମନ କରିବା ପାଇଁ ଅପରେସନ 'କାଗାର' ଆରମ୍ଭ କରିଛନ୍ତି । ଯେଉଁଥିରେ ୧୦ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ଅଛନ୍ତି ।