ଭୁବନେଶ୍ୱର: ରାଜଧାନୀରେ ଅସହ୍ୟ ଗୁଳୁଗୁଳି । ଦିନ ୧୧.୩୦ଟା ସୁଦ୍ଧା ୩୭ ଡ଼ିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା । ଆଜି ଭୁବନେଶ୍ୱରର ତାପମାତ୍ରା ୩୭.୪ ରେକର୍ଡ ହୋଇଛି । ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବାରୁ ତାତି ଏବେ ଉପରମୁହାଁ ହୋଇଛି । ଏହା ଆଗାମୀ ୫ ଦିନ ଯାଏଁ ଜାରି ରହିବ । ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ତାତି ସହ ଅହସ୍ୟ ଗୁଳୁଗୁଳି ଅନୁଭୂତ ହେବ ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଉତ୍ତର ସୀମା ମୁମ୍ବାଇ, ଭବାନୀପାଟଣା, ପୁରୀ, ସ୍ୟାଣ୍ଡହେଡ୍ ଦ୍ବୀପ ଦେଇ ଗତି କରୁଛି । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆଜି ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।