ନୂଆଦିଲ୍ଲୀ: ଗୋଟିଏ ଦିନରେ ୨ ବେଦେଶୀ କ୍ରିକେଟର ଅବସର ଘୋଷଣା କରିଛନ୍ତି । ଆଜି ପ୍ରଥମେ ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଦିନିକିଆରୁ ଅବସର ଘୋଷଣା କରିଥିବା ବେଳେ ତାର କିଛି ସମୟ ପରେ ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟର ହେନରିଚ କ୍ଲାସନ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ବିଶ୍ୱର ସବୁଠାରୁ ବିସ୍ଫୋରକ ବ୍ୟାଟସମ୍ୟାନ୍ ଭାବରେ ଜଣାଶୁଣା ଦକ୍ଷିଣ ଆଫ୍ରିକାର ହେନରିଚ୍ କ୍ଲାସେନ୍ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ହେନରିଚ୍ କ୍ଲାସେନ୍ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଇବା ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ଲାସେନଙ୍କୁ ଧଳା ବଲ୍ କ୍ରିକେଟରେ ସବୁଠାରୁ ବିସ୍ଫୋରକ ବ୍ୟାଟସମ୍ୟାନ୍ ଭାବରେ ବିବେଚନା କରାଯାଆନ୍ତି , ତେଣୁ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରୁ ଅଲଗା ହେବା ବିଶ୍ୱ କ୍ରିକେଟ ପାଇଁ ଏକ ବଡ଼ ଆଘାତ। କ୍ଲାସେନ ତାଙ୍କ ଟେଷ୍ଟ କ୍ୟାରିୟରରେ ମାତ୍ର ୪ଟି ମ୍ୟାଚ୍ ଖେଳି ମୋଟ ୧୦୪ ରନ୍ କରିଥିବା ବେଳେ। ଦିନିକିଆରେ କ୍ଲାସେନ ୬୦ ଟି ମ୍ୟାଚ୍ ଖେଳି ୨୧୪୧ ରନ କରିଛନ୍ତି । ଏହା ବ୍ୟତୀତ, ହେନରିଚ୍ କ୍ଲାସେନ୍ ଏକଦିବସୀୟ ମ୍ୟାଚ୍ରେ ୪ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ଟି-୨୦ ଆନ୍ତର୍ଜାତୀୟରେ ମଧ୍ୟ କ୍ଲାସନ ଜଣେ ଦକ୍ଷ ବ୍ୟାଟର ଭାବେ ଲୋକପ୍ରିୟତା ହାସଲ କରିଥିଲେ ସେ ୫୮ଟି ମ୍ୟାଚ୍ ଖେଳି ୧୦୦୦ ରନ୍ କରିଥିଲେ ଯେଉଁଥିରେ ତାଙ୍କ ନାମରେ ୫ଟି ଅର୍ଦ୍ଧଶତକ ରହିଛି ।