ଅହମଦାବାଦ: ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ରବିବାର ପଞ୍ଜାବ କିଙ୍ଗସ୍ କ୍ୱାଲିଫାୟର୍-୨ରେ ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ୧୧ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗର ଫାଇନାଲରେ ପ୍ରବେଶ କରିଛି। ପଞ୍ଜାବ କିଙ୍ଗସ୍ ଶେଷ ଥର ପାଇଁ ୨୦୧୪ରେ ଆଇପି,ଲ୍ ଫାଇନାଲ୍ ଖେଳିଥିଲା ଏବଂ କୋଲକାତା ନାଇଟ୍ ରାଇଡର୍ସ ହାତରୁ ପରାଜୟର ସମ୍ମୁଖୀନ ହୋଇଥିଲା।
ଆଇପିଏଲ୍ ଇତିହାସରେ (ମୋଟ ୧୮ ସିଜିନ୍), ଏହା କେବଳ ଦ୍ୱିତୀୟ ଥର ଯେ ପଞ୍ଜାବ ଦଳ ପ୍ଲେଅଫ୍ ଏବଂ ଫାଇନାଲରେ ପହଞ୍ଚିଛି। ଏବେ ଟାଇଟଲ୍ ମ୍ୟାଚ୍ରେ ଜୁନ୍ ୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍ ରଜତ ପାଟିଦାରଙ୍କ ନେତୃତ୍ୱାଧୀନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ମୁକାବିଲା କରିବ।
ଏଥର ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏକ ନୂତନ ଚାମ୍ପିଅନ୍ ପାଇବ, କାରଣ ଉଭୟ ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କର ପ୍ରଥମ ଆଇପିଏଲ୍ ଟାଇଟଲ୍ ପାଇଁ ଅପେକ୍ଷା କରିଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ମ ଥର ପାଇଁ ଆଇପିଏଲ୍ ପ୍ଲେଅଫ୍ରେ ପହଞ୍ଚିଛି। କିନ୍ତୁ ଏହା କେବେ ବି ଟାଇଟଲ୍ ଜିତିନାହିଁ। ଏହା ଚତୁର୍ଥ ଥର ପାଇଁ ଆର୍ସିବି ଦଳ ଆଇପିଏଲ୍ ଫାଇନାଲ୍ ଖେଳିବ। ପୂର୍ବରୁ ୨୦୦୯, ୨୦୧୧ ଏବଂ ୨୦୧୬ରେ ଡେକାନ୍ ଚାର୍ଜର୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ହାତରୁ ଫାଇନାଲ୍ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ଆଧୁନିକ କ୍ରିକେଟ୍ କିମ୍ବଦନ୍ତୀ ବିରାଟ କୋହଲି ତାଙ୍କ ଆଇପିଏଲ୍ କ୍ୟାରିଅର ଆରମ୍ଭରୁ ଆର୍ସିବି ସହିତ ଜଡିତ ଅଛନ୍ତି ଏବଂ ସେ ତାଙ୍କର ପ୍ରଥମ ଆଇପିଏଲ୍ ଟ୍ରଫି ପାଇଁ ମଧ୍ୟ ଅପେକ୍ଷା କରିଛନ୍ତି। ୨୯ ମେରେ ଖେଳାଯାଇଥିବା କ୍ୱାଲିଫାୟର୍-୧ ମ୍ୟାଚ୍ରେ ଆରସିବି ୮ ୱିକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଥିଲା।
ବୁମରାହଙ୍କ ଏହି ସ୍କୋର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଏହି ମ୍ୟାଚ୍ ପୂର୍ବରୁ ଆଇପିଏଲ୍ର ୧୮ବର୍ଷର ଇତିହାସରେ ଏହି ଦଳ ୨୦୦ ରନ ଛୁଇଁବା ପରେ କେବେ ହାରି ନଥିଲା। ପ୍ରତ୍ୟେକ ଥର ଏହି ଦଳ ୨୦୦ କିମ୍ବା ତା'ଠାରୁ ଅଧିକ ରନ କରିବା ପରେ ସଫଳତାର ସହ ପ୍ରତିରକ୍ଷା କରିଥିଲା।
ଶ୍ରେୟସ ଆୟର ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ଅଧିନାୟକତ୍ୱରେ ତିନୋଟି ଭିନ୍ନ ଫ୍ରାଞ୍ଚାଇଜ୍ ଦଳକୁ ଆଇପିଏଲ୍ର ମହା ଫାଇନାଲରେ ପହଞ୍ଚାଇଛନ୍ତି। ସେ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିଲେ। ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସକୁ ଟାଇଟଲ ଦେଇଥିଲେ ଏବଂ ଏବେ ପଞ୍ଜାବ କିଙ୍ଗସକୁ ସେମାନଙ୍କର ଦ୍ୱିତୀୟ ଆଇପିଏଲ୍ ଫାଇନାଲରେ ପହଞ୍ଚାଇଛନ୍ତି।
ଅଧିକ ପଢ଼ନ୍ତୁ: ଭାରତକୁ F-35 ପୂର୍ବରୁ F-21 କିଣିବା ଉଚିତ