ଢେଙ୍କାନାଳ ; ଢେଙ୍କାନାଳ ଜିଲ୍ଲାରେ ମୋଟ ୨୫୪ କୋଟି ଟଙ୍କାର ୨୩ ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସୈ।ର ଶକ୍ତି ସମୃଦ୍ଧ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ସରକାର ବଦ୍ଧ ପରିକର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ୨୫ ହଜାର କୋଟି ଟଙ୍କାର ୱ।ରୀ ଏନର୍ଜୀସ କମ୍ପାନୀ,୨୬ ହଜାର ୮୩୦ କୋଟି ଟଙ୍କାର କଲ୍ୟାଣୀ ଷ୍ଟିଲ ଓ ପ୍ରଥମ ପର୍ଯ୍ୟାୟରେ ୪ହଜାର କୋଟି ଟଙ୍କା ବିନିମୟରେ ଆୟୋଡ଼େକ୍ସ ଉଇଣ୍ଡ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।ଏହି ତିନୋଟି ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର ପ୍ରାୟ ୩୦ହଜାର ବେକାର ଯୁବକ ଯୁବତୀ ଆତ୍ମନିର୍ଭରଶୀଳ ଓ ନିଯୁକ୍ତି ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ଢୋଙ୍କାନାଳ ଜିଲ୍ଲାରେ ୧୨୦ କୋଟି ଟଙ୍କା ବିନିମୟରେ ବାଜିରାଉତ ସ୍ପୋର୍ଟସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଯେଉଁଥିରେ ଯୁବ ପ୍ରତିଭା ମାନଙ୍କୁ ଆଗକୁ ଆଣିବାର ସୁଯୋଗ ଦେଇଛନ୍ତି ସରକାର । ଯୋରନ୍ଦା ମହିମାଗାଦୀର ବିକାଶ ପାଇଁ ୧୭୧ କୋଟି ୧୧ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ଢେଙ୍କାନାଳରେ ଆୟୋଜିତ ଏହି ବିଶାଳ ସମାବେଶରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ ।