ପୁରୀ : ଦିନକୁ ଦିନ ବଢି ଚାଲିଛି ଲାଞ୍ଚୁଆ ବଡବଡିଆ ବାବୁଙ୍କ ଦୁର୍ନୀତି। ଏପରିକି କିଛି ଉଚ୍ଚ ପଦସ୍ଥ ବ୍ୟକ୍ତିମାନେ ମଧ୍ୟ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି। ତେବେ ସେହିପରି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ପୁରୀ ଏସଡିଭିଓଙ୍କ କାର୍ଯ୍ୟାଳୟର କିରାଣୀ ମନୋଜ ମହାନ୍ତି। ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କ ପୈତୃକ ଘରେ ଭିଜିଲାନ୍ସ ରେଡ୍ ଚାଲିଛି। ତେବେ ଭିଜିଲାନ୍ସର ଏକ ଚାରି ଜଣିଆ ଟିମ ତାଙ୍କ ପୈତୃକ ଘର ମହାଙ୍ଗା କୁହୁଣ୍ଡା ପଞ୍ଚାୟତ ଶଙ୍ଖପୁରରେ ଚଢ଼ାଉ କରିଛନ୍ତି। ଏପରିକି ତାଙ୍କ ପୁରୀ ଅଫିସରେ ମଧ୍ୟ ଚଢ଼ଉ ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା ମନୋଜଙ୍କ ପୈତୃକ ଘରୁ କିଛି ମିଳିନଥିବା ସୂଚନା ମିଳିଛି।
ସୂଚନ ଅନୁସାରେ, ପୁରୀ ଜିଲ୍ଲା ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର ଏସଡିଭିଓଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ ମନୋଜ ମହାନ୍ତି କାର୍ଯ୍ୟ କରନ୍ତି। ବୋହୁ ବର୍ଷ ହେଲାଣି ସେଠାରେ କାମ କରୁଛନ୍ତି। ହେଲେ ସେ ଇଲେକ୍ଟ୍ରି ଭେଇକିଲରେ ସବସିଡି ଲୋନ ବାବଦକୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସର ଏକ ଚାରି ଜଣିଆ ଟିମ ମନୋଜଙ୍କ ପୈତୃକ ଘର ଏବଂ ପୁରୀ ଅଫିସରେ ମଧ୍ୟ ଚଢ଼ାଉ କରିଥିଲେ। ଫଳରେ ମନୋଜଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ଏହାପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଚାଲିଛି ଏବଂ ମନୋଜ ମହାନ୍ତି ମଧ୍ୟ ପଚରାଉଚରା କରାଯାଉଛି।