ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଦଳୁଛି ପାଗ। ତେବେ ପାଗରେ ହେଉଛି ଅସ୍ବାଭାବିକ ପରିବର୍ତ୍ତନ। କାରଣ କିଛି ଦିନ ହେବ ଦିନରେ ଗରମ ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ ବର୍ଷା ହେଉଛି। ତେବେ ସାଧାରଣ ଲୋକମାନେ ଦିନବେଳା ଭୀଷଣ ଗୁଳୁଗୁଳି ଓ ଗରମ ଅନୁଭୂତ କରୁଛନ୍ତି। ଆଉ ସେହି ଗରମରୁ ତ୍ରାହି ମିଳୁଚି ଅପରାହ୍ନରେ ହେଉଥିବା ବର୍ଷା ଦ୍ଵାରା।
ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ହେବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅସହ୍ୟ ତାତିରେ ଭାଜି ହେଉଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ତାତି। ଆଜିଠୁ ରାଜ୍ୟରେ ତାପମାତ୍ରା କ୍ରମଶଃ ୨ ରୁ ୩ ଡ଼ିଗ୍ରୀ ବଢିବ। ଏପରିକି ଅନେକ ସ୍ଥାନରେ ତାପମାତ୍ରା ୪୨ ଡ଼ିଗ୍ରୀ ଅତିକ୍ରମ କରିିବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଆଉ କିଛି ଦିନ ପରେ ଦିନସାରା ପୁଣି ତାତି ଅନୁଭୂତ ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି।