ନରୱେ; ଚଳିତ ନରୱେ ଚେସ୍ ରେ ଭାରତର କମାଲ । ଚେସର ବିଶ୍ବ ଚାମ୍ପିଆନଙ୍କୁ ପରାସ୍ତ କରି ଡି ଗୁକେଶ ପୁଣି ଚର୍ଚାରେ । ଚେସ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ୱାର୍ଲଡ ନଂ ୱାନ ମାଗନସ୍ କାର୍ଲସେନ୍ ପରାସ୍ତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଚେସ ସେନସେସନ ଖେଳାଳି ଡି ଗୁକେଶ । ତେବେ ମ୍ୟାଚର ଶେଷ ପରେ ଦୁଇ ଜଣଙ୍କ ପ୍ରତିକ୍ରିୟାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର । ତେବେ ମାଗନସ୍ କାର୍ଲସେନ୍ ଗୁକେସଙ୍କଠାରୁ ହାରିବା ପରେ ଟେବୁଲକୁ ଯୋରରେ ବାଡେଇବାର ଦୃଶ୍ୟ ସାମ୍ନାକୁ ଆସିଛି । କିନ୍ତୁ ଅନ୍ୟପଟେ ଡି ଗୁକେଶ ସାନ୍ତ ଓ ସ୍ଥିର ନଜର ଆସିଥିଲେ । ଏହି ମ୍ୟାଚରେ ସର୍ବ କନିଷ୍ଠ ବିଶ୍ବ ଚାମ୍ପିୟନ ଗୁକେଶ ପ୍ରଥମେ ପଛୁଆ ରହିଥିଲେ। କଳା ଗୋଟିରେ ଖେଳୁଥିବା କାର୍ଲସନ ଚମତ୍କାର ପ୍ରଦର୍ଶନ କରି ଆଗୁଆ ରହିଥିଲେ କିନ୍ତୁ ଅନ୍ତିମ କିଛି ସେକେଣ୍ଡରେ ଗୁକେଶ ଚମତ୍କାର ଧୈର୍ଯ୍ୟର ପରିଚୟ ଦେଖାଇ ବିଜୟୀ ହୋଇଥିଲେ।