ଚଳିତ ଆଇପିଏଲ ସିଜନରେ ଆଇପିଏଲ ପାଇବ ତାହାର ନୂଆ ବିଜେତା। ଫାଇନାଲ ଖେଳିବାକୁ ଥିବା ଉଭୟ ପଞ୍ଜାବ କିଙ୍ଗସ୍ ଓ ରୟାଲ ଚେଲେଞ୍ଜରସ ବାଙ୍ଗାଲୋର ଆଜି ପର୍ଯ୍ୟନ୍ତ ଟ୍ରଫି ଜିତି ପାରି ନାହାନ୍ତି। ତେଣୁ ଆସନ୍ତାକାଲି ଉଭୟଙ୍କ ମଧ୍ୟରେ ଅହମଦାବାଦରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଯିଏ ବିଜୟୀ ହେବ, ସେଇ ଦଳ ଆଇପିଏଲରେ ତାର ପ୍ରଥମ ଟ୍ରଫି ନିଜ ନାଁ ରେ କରିବ। ଉଭୟ ଦଳ ଚଳିତ ସିଜନରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଂଚିଛନ୍ତି।
ସବୁଠାରୁ ରୋଚକ କଥା ହେଲା ରୟାଲ ଚେଲେଞ୍ଜରସ ବାଙ୍ଗାଲୋର ବା ଆରସିବି ଲଗାତାର ଭାବରେ ୭ଟି ମ୍ୟାଚ ନିଜର ହୋମ ଗ୍ରାଉଣ୍ଡ ବାହାରେ ଖେଳି ବିଜୟ ଲାଭ କରିଛି। କେବଳ ସେତିକି ନୁହେଁ ଚଳିତ ସିଜନରେ ଆରସିବି କିଛି ମ୍ୟାଚକୁ ଛାଡ଼ି ଦେଲେ ବାଙ୍ଗାଲୋର ବାହାରେ ଯେତିକି ମ୍ୟାଚ ଖେଳିଛି ସବୁଥିରେ ବିଜୟ ଲାଭ କରିଛି। ତେଣୁ ଚଳିତ ସିଜନରେ ଆରସିବିର ଏହି ରେକର୍ଡ ନିଶ୍ଚିତ ଭାବରେ କିଛି କାଂସରେ ଦଳର ଖେଳାଳିଙ୍କ ମନୋବଳ ବଢ଼େଇବ। ପ୍ରଥମ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗସକୁ ଏକ ତରଫା ଭାବରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଆରସିବି।
ଅନ୍ୟପଟେ ଚଳିତ ସିଜନରେ ପଞ୍ଜାବ କିଙ୍ଗସର ପ୍ରଦର୍ଶନ ମଧ୍ୟ ବେଶ୍ ଆକର୍ଷଣୀୟ ରହିଛି। ମୁଖ୍ୟତଃ ଶ୍ରେୟସଙ୍କ ଅଧିନାୟିକତ୍ଵ ଉପରେ ସମସ୍ତେ ବେଶ୍ ପ୍ରଶଂସା କରାଯାଉଛି। ପୂର୍ବରୁ ହିଁ ଶ୍ରେୟସ ଅଧିନାୟକ ଭାବରେ ତିନୋଟି ଭିନ୍ନ ଭିନ୍ନ ଦଳକୁ ପ୍ଲେ ଅଫରେ ପହଞ୍ଚାଇବାର ରେକର୍ଡ ନିଜ ନାଁରେ କରି ସାରିଛନ୍ତି। ଶ୍ରେୟସ ୨୦୨୨ ଓ ୨୦୨୪ରେ କଲିକତା ନାଇଟ ରାଇଡର୍ସକୁ ଫାଇନାଲ ପର୍ଯ୍ୟନ୍ତ ନେଇ ଯାଇଥିଲେ ଏବଂ ୨୦୨୪ରେ ଅଧିନାୟକ ଭାବରେ ନିଜର ପ୍ରଥମ ଆଇପିଏଲ ଟ୍ରଫି ଜିତିଥିଲେ। ଅର୍ଥାତ ଶ୍ରେୟସ ଆୟର ଜାଣିଛନ୍ତି ଆଇପିଏଲ ଫାଇନାଲର ପ୍ରେସରକୁ କେମିତି ହ୍ୟାଣ୍ଡେଲ କରାଯାଏ। ଯାହା ପଞ୍ଜାବ କିଙ୍ଗସକୁ ଅନେକ ମାତ୍ରାରେ ସହଯୋଗ କରିବ।