ପୁରୀ: ଇସ୍କନର ମନମୁଖୀ କାର୍ଯ୍ୟକୁ ନେଇ ପୁଣି ବିବାଦ । ମହାପ୍ରଭୁଙ୍କ ରଥରେ ଲଗାଇଲେ ସୁଖୋଇ ଚକ। ଯାହା ପରମ୍ପରା ବିରୋଧ ଅଟେ ବୋଲି ମତ ପ୍ରକାଶ ପାଇଛି। ତେବେ ଏହା ଓଡିଶା ନୁହେଁ ବରଂ ପଶ୍ଚିମବଙ୍ଗରେ ଲାଗିଛି । କୋଲକାତା ଇସ୍କନ ରଥରେ ଲାଗିଛି ସୁଖୋଇ ଚକ । ଯାହା ଲୁହାରେ ନିର୍ମାଣ କରାଯାଇଛି। ଯାହା ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ପୂର୍ବରୁ ଅଦିନିଆ ତିଥିରେ ରଥଯାତ୍ରା ଏବେ ପୁଣି ରଥ ଚକକୁ ନେଇ ବିବାଦ ଉପୁଜିଛି।
ଇସ୍କନ ପକ୍ଷରୁ କୁହାଯାଇଛି ଯେ ଏଥର ରଥଟଣା ସହଜ ହେବ। ମହାପ୍ରଭୁଙ୍କ ରଥଯାତ୍ରାରେ ରଥଟାଣିବାରେ ଆଉ ସମସ୍ୟା ହେବନି । କାରଣ ଏଥର ରଥରେ ଲାଗିଛି ସୁଖୋଇ ଫାଇଟର ଜେଟ୍ ଚକ। ତେବେ ରଥରେ ସୁଖୋଇ ଫାଇଟର ଜେଟ୍ ଚକ ଓଡିଶାରେ ନୁହେଁ ପୂର୍ବରୁ ଜଗନ୍ନାଥଙ୍କ ରଥରେ ବୋଇଙ୍ଗ୍ ୭୪୭ ବିମାନର ଚକ ଲାଗୁଥିବା ବେଳେ ୪୮ ବର୍ଷ ପରେ ଏହି ଚକ ବଦଳାଇବାକୁ ନିଷ୍ପତ୍ତି ହୋଇଛି । ବୋଇଙ୍ଗ୍ ୭୪୭ ବିମାନର ଚକ ବଦଳରେ ଲାଗିଛି ସୁଖୋଇ ଫାଇଟର ଜେଟ୍ ଚକ । ରଥରେ କାଠ ଚକା ଲାଗିବାର ପରମ୍ପରା ଥିବା ବେଳେ ଲୁହା ଓ ରବର ଚକା ଲଗାଇ ବଡ଼ ଦୁଃସାହାସ କରିଛି ଇସ୍କନ ।ଏଭଳି କରିବାକୁ କିଏ ଦେଲା ଅନୁମତି ? କାହିଁକି ବାରମ୍ବାର ଭାବାବେଗ ସହ ଇସ୍କନ ଖେଳୁଛି ବୋଲି ଏବେ ପ୍ରଶ୍ନ ଉଠିଛି।