ଭୁବନେଶ୍ୱର: ଆଜି ବି ରାଜ୍ୟରେ ଡ଼ହଡ଼ହ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଗତ ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ୍ ଥିବା ବେଳେ ଏବେ ପୁଣି ବଢିଛି ତାତି । ପ୍ରବଳ ଗରମରେ ସନ୍ତୁଳି ହେଉଛି ଜନଜୀବନ। ଅସହ୍ୟ ଗରମ ସହ ଝାଞ୍ଜି ପବନ ବହୁଛି । ଘରୁ ବାହାରିବା କଷ୍ଟକର ହୋଇପଡୁଛି।ଗୁଳୁଗୁଳିରେ ଅଣନିଶ୍ବାସୀ ହେଇପଡୁଛନ୍ତି ଲୋକେ। ଆଜି ଦିନ ୧୧.୩୦ ସୁଦ୍ଧା ବାଲେଶ୍ୱର ପାରଦ ସବୋର୍ଚ୍ଚ ତାପାମତ୍ରା ସହ ୩୮.୪ ଡିଗ୍ରୀ ହୋଇଛି । ସେହିପରି ସମ୍ବଲପୁରରେ ତାପମାତ୍ରା ୩୭.୨ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୬.୬ ଡିଗ୍ରୀ ରହିଛି । ଝାରସୁଗୁଡ଼ା ଓ ପୁରୀରେ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି ।