ଭୁବନେଶ୍ୱର: ଦେଶରେ ଏବେ କରୋନା ସଂକ୍ରମଣ ସଂଖ୍ୟା ଉପରମୁହାଁ ହେଉଛି । ଓଡ଼ିଶାରେ ବି କ୍ରମାଗତ ଭାବେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଏବେ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୫କୁ ବୃଦ୍ଧି ପାଇଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ା ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।
ଅନ୍ୟପଟେ ବଢୁଥିବା କରୋନା ସଂକ୍ରମଣଙ୍କ ଭିତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଭୁବନେଶ୍ୱର ବୋଲି ଜଣାପଡ଼ିଛି । ଗତ କିଛି ଦିନ ସେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବ୍ୟକ୍ତି ଜଣକ କୋଭିଡ଼ ସହିତ ବହୁ ରୋଗରେ ପୀଡ଼ିତ ଥିଲେ । ତେବେ ତାଙ୍କ ମୃତ୍ୟୁ କୋଭିଡ଼ କାରଣରୁ ହୋଇଛି ନା ଅଲଗା କାରଣରୁ ହୋଇଛି, ତାହା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିନି ।