ଭୁବନେଶ୍ୱର: କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ପାଇଁ ସମୟ ସୀମା ବୃଦ୍ଧି ପାଇଛି । ଆସନ୍ତା ଜୁନ୍ ୪ ତାରିଖ ଯାଏଁ ଯୁକ୍ତ ତିନି ନାମଲେଖା ଆବେଦନ ଅବଧି ବୃଦ୍ଧି ହୋଇଛି । ପୂର୍ବରୁ ମଧ୍ୟ ଏହି ଅବଧିରେ ବୃଦ୍ଧି କରାଯାଇଥିଲା ।
ଛାତ୍ରଛାତ୍ରୀଙ୍କ ପାଇଁ ଜୁନ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ୍ ଖୋଲା ରହିବ । ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ । ସେହିପରି ସଂଶୋଧନ ଏବଂ ମାର୍କ ଲିଷ୍ଟ ମଧ୍ୟ ଅପଲୋଡ୍ କରିହେବ ।
ପୂର୍ବରୁ ମେ ୨୦ ତାରିଖରେ ଆବେଦନର ଶେଷ ତାରିଖ ଥିଲା । ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ଏହାକୁ ଜୁନ୍ ୧ ତାରିଖ ଯାଏ ବୃଦ୍ଧି କରାଯାଇଥିଲା । ତେବେ ଦ୍ୱିତୀୟ ଥର ପାଇଁ ପୁଣି ଥରେ ସମୟ ସୀମାକୁ ବୃଦ୍ଧି କରାଯାଇଛି ।