ମାଲକାନଗିରି: ଆଜି ସକାଳୁ ମାଲକାନଗିରିର ବିଜାଘାଟିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ୍ ୮୦ରୁ ଅଧିକ ଯାତ୍ରୀମାନଙ୍କୁ ନେଇ ହାଇଦ୍ରାବାଦରୁ ଫେରୁଥିଲା । ଏହି ସମୟରେ କୌଣସି କାରଣରୁ ବସ୍ ଟି ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟି ପଡିଥିଲା । ଏନେଇ ସ୍ଥାନୀୟ ଲୋକେ, ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଆହତ ୨୦ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଫସି ରହିଥିବା ଅନ୍ୟ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ଉଦ୍ଧାରକାରୀ ଦଳ ପକ୍ଷରୁ ପ୍ରୟାସ ଜାରି କରାଯାଇଥିଲା । ଯାନ୍ତ୍ରିକ ତ୍ରୁଟି କି ଡ୍ରାଇଭରର ଅସାବଧନତା ପାଇଁ ଦୁର୍ଘଟଣା ଘଟିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୌଭାଗ୍ୟବଶତଃ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ ।