ହୁ ହୁ ହୋଇ ବଢିଚାଲିଛି ପାରିବ ଦର। ମହଙ୍ଗା ମାଡ଼ ବର୍ତ୍ତମାନ ଖାଉଟିଙ୍କ ଚିନ୍ତା ବଢ଼ାଇଲାଣି ଚିନ୍ତା ବଢ଼ାଇଲାଣି। ୫୦୦ ଟଙ୍କା ନେଇ ବଜାରକୁ ଗଲେ ମଧ୍ୟ ଖାଉଟିଙ୍କ ବ୍ୟାଗ ସମ୍ପୂର୍ଣ ଭାବେ ଭାରି ହୋଇ ପାରୁନାହିଁ। ଭୁବନେଶ୍ୱରରେ ପରିବା ଦର ଆକାଶ ଛୁଆଁ ହୋଇଛି। ତେବେ କିଛି ଦିନ ତଳେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ହୋଇଥୁଇବା ବେଳେ ବର୍ତ୍ତମାନ ଅନେକ ପରିବା ଦାମ ଶତକ ଛୁଇଁଲାଣି। ତେବେ ଦେଖିବାକୁ ଗଲେ ପୋଟଳ, ବାଇଗଣ, ବିନ୍ସ, ଝୁଡଙ୍ଗ, କାକୁଡି ଆଦିି ପରିବା ଦର ୮୦ ଟଙ୍କା ଉପରେ ରହିଛି। ଏପରିକି ବନ୍ଧାକୋବି, ଫୁଲକୋବିର ଦରମଧ୍ୟ ୭୦ରୁ ୮୦ ଟଙ୍କା ରହିଛି। ତେବେ ଅନ୍ୟାନ୍ୟ ପରିବାର ଦର ମଧ୍ୟ ପାଖାପାଖି ୮୦ରୁ ୧୦୦ ଭିତରେ ରହିଛି। ପରିବାର ଦର ଏତେ ବଢିଯାଇଛି ଯେ ଲୋକେ ଦର ଶୁଣି ଛାନିଆ ହୋଇଯାଉଛନ୍ତି। ତେବେ ଏହି ଦର ବଢିବା ଉପରେ ବ୍ୟବସାୟୀ ସଂଘର ସଭାପତି କହିଛନ୍ତି ଯେ ଅନେକ ପରିବା ଗୁଡିକ ବାହାରୁ ଆମଦାନୀ ହେଉଛି ଏପରିକି ଅନେକ ପରିବା ଗୁଡିକ ରହି ରହି ମଧ୍ୟ ସଢ଼ି ଯାଉଛି ତେଣୁ ପରିବା ଦର ଏହିପରି ଆକାଶ ଛୁଆଁ ରହୁଛି।