ବାଙ୍କି ଥାନା ଅନ୍ତର୍ଗତ କୁସପିଙ୍ଗ ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇ କାର ମୁହାଁମୁହିଁ ଧକ୍କାରେ ୬ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ କଟକରୁ ବାଙ୍କି ଅଭିମୁଖେ ଏକ କାର ଆସୁଥିବା ବେଳେ ବୀପରିତ ଦିଗ ବାଙ୍କୀରୁ ଏକ କାର ଆସୁଥିଲା । ତେବେ ବାଙ୍କୀରୁ ଆସୁଥିବା କାର ଦ୍ରୁତ ଗତିରେ ଆସୁଥିବା ଗାଡି ଅନ୍ୟ ଗାଡିକୁ ଧକ୍କା ଦେଇଥିଲା । ଯାହା ଫଳରେ ଗାଡିରେ ଗାଡିରେ ବସିଥିବା ଉଭୟ ୬ ଜଣ ଯାତ୍ରୀ ଆହତ ହୋଇଥିଲେ । ଏବଂ ଆହତ ମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଘଟଣା ସ୍ଥଳରେ ତଳବସ୍ତ ଫାଣ୍ଡି ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।