ଛପର ଉଡାଇନେଲା କାଳବୈଶାଖୀ । ଅତ୍ୟଧିକ ତାତି ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ଜନଜୀବନ । ଗ୍ରୀଷ୍ମ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ତାଣ୍ଡବ ରଚିଛି କାଳବୈଶାଖୀ । ବୁଧବାର ଅପରାହ୍ନରେ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଘର ଭାଙ୍ଗିବା ସହ ଛପର ମଧ୍ୟ ଉଡିଯାଇଛି । ଗଜପତିରେ କାଳ ବୈଶାଖୀ ର ପ୍ରଭାବ ରେ କିଛି ଜାଗାରେ ରେ ଗଛ ଭାଙ୍ଗିବା ଇଲେକ୍ଟ୍ରି ପୋଲ ଭାଙ୍ଗିଥିବାବେଳେ ଅନ୍ୟତ୍ର ଉଡିଗଲା ଟିଣ ଭାଙ୍ଗିଗଲା କାନ୍ଥ, ଖାଦ୍ୟ ବସ୍ତ୍ର ସବୁ କ୍ଷୟକ୍ଷତି ହୋଇଥିବାର ଦେଖିବାକୁ ମିଳିଛି ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ଶଙ୍କର ଗ୍ୟାରେଜ୍ ନିକଟସ୍ଥ ଇନ୍ଦିରା ନଗରଠାରେ ଏଠାରେ ସନ୍ତୋଷ କୁମାର ମାଝୀ ପିତା ଅର୍ଜ୍ଜନଙ୍କ ଘର ଉଡ଼ିବା ଦେଖିବାକୁ ମିଳିଛି । ଏହି ଘରେ ପବନ ବର୍ଷା ସମୟରେ ସହ ପରିବାର ରହୁଥିବାବେଳେ ପରିବାରର କାହାର କିଛି ହେଇନଥିଲା ମାତ୍ର ଘରଟିଏ ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଘର ଉଜାଡି ଦେଇଛି କାଳବୈଶାଖୀ । ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ମୁଣ୍ଡ ଝାଳ ତୁଣ୍ଡେ ମାରି ଯେଉଁ ଘରଟିଏ କରିଥିଲେ । କିଛି ସମୟ ଭିତରେ ସବୁ କିଛି ଉଜୁଡି ଗଲା । କାଳବୈଶାଖୀ ପରେ ତାଙ୍କ ପାଖରେ ରହିବାକୁ ଘର ଟିଏ ବି ନାହିଁ ।