ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ରବିବାର ରାତି ପ୍ରାୟ ୯.୩୦ରେ ଓଡ଼ିଶା ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତିରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଓ ସେହିଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ । ତା’ପରେ ସୋମବାର ସକାଳୁ ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ପ୍ରଧାନମନ୍ତ୍ରୀ ପୁଣି ଆସନ୍ତା ସପ୍ତାହରେ ପୁଣି ୨ ଦିନିଆ ଗସ୍ତରେ ଆସିବେ । ଆସନ୍ତା ୧୦ରେ ଭୁବନେଶ୍ୱରରେ ରୋଡ୍ ସୋ କରିବେ ପ୍ରଧାନମନ୍ତ୍ରୀ ଏହାପରେ ୧୧ ତାରିଖରେ ବଲାଙ୍ଗିର ସାଧାରଣ ସଭାରେ ଯୋଗଦେବେ ।