ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ପୋଚ ଜବତ କଲା ଖୁଣ୍ଟୁଣୀ ପୋଲିସ। ତେବେ ପ୍ରାୟତଃ ୨୦ ହଜାର ଲିଟର ପୋଚ ଓ ୨ହଜାର ଲିଟର ଚୋରା ଦେଶୀ ମଦ ଜବତ ହୋଇଚି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ହେବ। ତେବେ ଏହି ଚୋରା ଦେଶୀ ମଦ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ମଗଧ ଜଙ୍ଗଲରୁ ଜବତ କରିଛି ପୋଲିସ।
ସୂଚନା ଅନୁସାରେ , କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ମଗଧ ଜଙ୍ଗଲରେ ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଚୋରା ଚାଲାଣ ହେଉଥିବ ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ। ଏହାପରେ ନିଜର ସମସ୍ତ ଟିମକୁ ଜଙ୍ଗଲରେ ଚଢାଉ କରିଥିଲା ପୋଲିସ। ସେଠାରେ ୨୦ ହଜାର ଲିଟର ପୋଚ ଓ ୨ହଜାର ଲିଟର ଚୋରା ଦେଶୀ ମଦ ଜବତ କରିଥିଲା। ହେଲେ ଏହି ମାମଲାରେ ଜଡିତ ଥିବା କୌଣସି ମଦ ମାଫିଆଙ୍କୁ ଧରି ପାରିନଥିଲା ପୋଲିସ। ତେବେ ଜବତ ହୋଇଥିବା ପୋଚ ଏବଂ ଦେଶୀ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ କହିଛନ୍ତି। ତେଣୁ ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।