ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି ମେଡିକାଲ । ପ୍ରଥମଥର ନିମନ୍ତେ କଟକ ବଡ଼ ମେଡିକାଲରେ ଯକୃତ ପ୍ରତିରୋପଣ ସଫଳ ହୋଇଛି । ମାସେ ପୂର୍ବେ ଏହି ପ୍ରତିରୋପଣ କରାଯାଇଥିବା ବେଳେ ଯକୃତ ଗ୍ରହଣ କରିଥିବା ବ୍ୟକ୍ତି ଓ ଯକୃତଦାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେଲାଣି। ଉଭୟଙ୍କୁ ଶନିବାର ଡିସଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି ।
ସୂଚନା ଅନୁଯାୟୀ, କଟକ ତିଗିରିଆ ଅଞ୍ଚଳରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଗତ ୨ ବର୍ଷ ହେବ ଲିଭର ରୋଗରେ ପୀଡିତ ଥଲେ । ସେ ପ୍ରାୟ ବର୍ଷ ହେବ ଏସସିବିରେ ନିୟମିତ ତାଙ୍କର ଚିକିତ୍ସା କରାଉଥିଲେ । ତେବେ ଲିଭର ସମ୍ପୂର୍ଣ ଖରାପ ହୋଇଯାଇଥିବାରୁ ତାଙ୍କର ପ୍ରତିରୋପଣ ଆବଶ୍ୟକତା ପଡିଥିଲା । ଏଥିପାଇଁ ସେ ମାର୍ଚ୍ଚ ମାସରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଲୋଜିର ଅଭିଜ୍ଞ ଡାକ୍ତର ଓ ଏସସିବି ଲିଭର ପ୍ରତିରୋପଣର ଟିମ ଅଫ ଡାକ୍ତର ଅପ୍ରେଲ ୩ରେ ଏହି ବ୍ୟକ୍ତିଙ୍କ ସଫଳ ଲିଭର ପ୍ରତିରୋପଣ କରିଥିଲେ। ତାଙ୍କ ପତ୍ନୀ ଲିଭର ଦାନ କରିଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ଆଜି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି ।
ପ୍ରକାଶ ଥାଉକି, ଗତ ଏପ୍ରିଲ ୩ରେ ଏସ୍ସିବିରେ ଯକୃତ ପ୍ରତିରୋପଣ ହୋଇଥିଲା । ଏଥିସହ ୧୨ବର୍ଷ ପ୍ରତୀକ୍ଷାର ଅବସାନ ଘଟିଥିଲା । ତିଗିରିଆ ଅଞ୍ଚଳର ୪୫ବର୍ଷୀୟ ଜନୈକ ବ୍ୟକ୍ତିଙ୍କ ଶରୀରରେ ଯକୃତ ପ୍ରତିରୋପଣ କରାଯାଇଥିଲା । ଯକୃତ ପ୍ରତିରୋପଣ ଭଳି ମହଙ୍ଗା ସ୍ୱାସ୍ଥ୍ୟସେବା ଏଠାରେ ସମ୍ପୂର୍ଣ୍ଣ ନିଃଶୁଳ୍କରେ ତାଙ୍କୁ ଯୋଗାଇ ଦିଆଯାଇଥିଲା । ତାଙ୍କ ପତ୍ନୀଙ୍କ ଯକୃତର ଦୁଇ-ତୃତୀୟାଂଶ କାଟି ନିଆଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ହାଇଦ୍ରାବାଦ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ର ୯ଜଣ ଏବଂ ବଡ଼ ମେଡିକାଲର ୧୫ଜଣ ଡାକ୍ତରଙ୍କୁ ମିଶାଇ ମୋଟ୍ ୨୪ଜଣିଆ ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଏଆଇଜି ଲିଭର୍ ଟ୍ରାନ୍ସପ୍ଲାଣ୍ଟର ନିର୍ଦ୍ଦେଶକ ତଥା ମୁଖ୍ୟ ପି. ବାଲଚନ୍ଦ୍ରନ ମେନନ୍ ପ୍ରତିରୋପଣରେ ପ୍ରମୁଖ ଭୂମିକା ତୁଲାଇଥିଲେ ।
ଅଧିକ ପଢନ୍ତୁ : ଆରମ୍ଭ ହୋଇଛି କଲରାପତରିଆ ବାଘ ଗଣନା