ଭୁବନେଶ୍ଵର: ଆସନ୍ତା ୨୦ରୁ ଖରିଫ ଧାନ କିଣା ଆରମ୍ଭ ହେବ । ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି ।
ସମବାୟ ମନ୍ତ୍ରୀଙ୍କ ସୂଚନା ଆଧାରରେ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡିଗୁଡ଼ିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଦୁଇ ବର୍ଷ ମଧ୍ୟରେ ୧୦୦ଟି ଆଦର୍ଶ ମଣ୍ଡି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୮ଟି ଆଦର୍ଶ ମଣ୍ଡି ପାଇଁ ଟେଣ୍ଡର୍ ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ ସରକାର ୮୦ଟି ସମବାୟ ସମିତିରେ ୨୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟିର ବ୍ୟୟ ବରାଦ କରିଛନ୍ତି । ୯୭୩ଟି ସମବାୟ ସମିତି, ଆରଏମସିରେ ୫୧୬ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି ।